Fri. Dec 27th, 2024

ସିଆରପିଏଫ ଶିବିରକୁ ପ୍ରବେଶ ଉଦ୍ୟମ, ନକଲି ଇନସପେକ୍ଟର ଗିରଫ

By amfnews Oct 27, 2018 #Featured
100 Views

ରାମପୁର, ଅକ୍ଟୋବର ୨୭ : ସବ-ଇନସପେକ୍ଟ ପୋଷାକରେ ସିଆରପିଏଫ ଶିବିରକୁ ପ୍ରବେଶ ପାଇଁ ଉଦ୍ୟମ କରିବା ଅଭିଯୋଗରେ ଶୁକ୍ରବାର ଉତ୍ତର ପ୍ରଦେଶର ରାମପୁରରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ବ୍ୟକ୍ତି ଜଣଙ୍କୁ ନିଜକୁ ସିଆରପିଏଫର ସବ-ଇନସପେକ୍ଟର କହି ସିଆରପିଏଫ ଶିବିରକୁ ପ୍ରବେଶ କରିଥିଲା ।

ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି ବୋଲି ରାମପୁର ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୦ରେ ମଧ୍ୟପ୍ରଦେଶରେ ମଧ୍ୟ ଏଭଳି ଏକ ଘଟଣା ଦେଖାଯାଇଥିଲା । ଭୋପାଳ ଜିଆରପି ପୋଲିସ ଅଭିଯୁକ୍ତକୁ ଗରିଫ କରି ତା’ଠାରୁ ଟଙ୍କା ଜବତ କରିଥିଲା ।

ଅସାମାଜିକ ବ୍ୟକ୍ତି ଜଣକ ରେଳ ଷ୍ଟେସନସ୍ଥିତ ବ୍ୟବସାୟୀ ଏବଂ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜିଆରପି ପୋଲିସ ଭୋପାଳ ଠାରୁ ବିଣା ଯାଉଥିବା ସୁଲତାନପୁର ଏକ୍ସପ୍ରେସରୁ ଗିରଫ କରିଥିଲା ।

By amfnews

Related Post