183 Views
ଯାଜପୁର ,ଜାନୁଆରୀ ୨୯ : ଜଣେ ସିଆରପିଏଫ ଯବାନଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ଏକ ବାହାଘର ଭୋଜି ଖାଇ ଅସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଏହା ସହ ଅଭିଯୁକ୍ତର ଗରିଫ ଦାବୀରେ ସେମାନେ ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ମୁତାବକ, ଧର୍ମଶାଳା ଥାନା ନାଳକୁଳ ଗାଁର ଜଣେ ସିଆରପିଏଫ ଯବାନଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ଗୋଟିଏ ବିବାହ ଭୋଜି ଖାଇବାକୁ ଯାଇ ଅସୁସ୍ଥତା ଅନୁଭବ କରିଥିଲେ ସେ । ସେଠାରୁ ତାଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଟକରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକେ ଏହାକୁ ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।
ଏହି ଘଟମାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯିବା ସହ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତଙ୍କ ଗିରଫ ଦାବୀ କରି ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତଙ୍କୁ ରାସ୍ତା ଅବରୋଧ ହଟାଇବାକୁ ବୁଝାସୁଝା କରୁଛି ।