Sat. Feb 1st, 2025

ସିଆଇଡି ଅଫିସର୍‌ଙ୍କୁ ହତ୍ୟା କରିବାରେ ସାହାଯ୍ୟ କରିଥିବା ହିଜ୍‌ବୁଲ୍‌ ଆତଙ୍କବାଦୀଙ୍କ ଗର୍ଲ ଫ୍ରେଣ୍ଡ୍‌ଙ୍କୁ ଖୋଜୁଛି ପୁଲିସ

By amfnews Nov 21, 2018 #Featured
163 Views

ନୂଆଦିଲ୍ଲୀ, ୨୧/୧୧: ସିଆଇଡି ଗୁଇନ୍ଦା ଅଧିକାରୀଙ୍କୁ ହତ୍ୟା କରିଥିବା ହିଜ୍‌ବ୍‌-ଉଲ୍‌-ମୁଜାହିଦୀନ୍‌ ଆତଙ୍କବାଦୀ ଅନ୍‌ସାର୍‌-ଉଲ୍‌-ହକ୍‌ଙ୍କୁ ଗିରଫ କରାଯିବାର ଦିନକ ପରେ କର୍ତ୍ତୃପକ୍ଷମାନେ ଏବେ ତାଙ୍କର ଗର୍ଲଫ୍ରେଣ୍ଡ୍‌ ସାଦିୟା ଶେଖ୍‌ଙ୍କୁ ଖୋଜୁଛନ୍ତି।

ଶେଖ୍‌ ହେଉଛନ୍ତି ଜଣେ ପ୍ରଶାସନିକ ସେବା ଆଶାୟୀ। ସେ ଏବଂ ହକ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଇମ୍‌ତିୟାଜ୍‌ ଅଲି ଅହମଦ୍‌ ମିରଙ୍କ ଯାତ୍ରା ଯୋଜନା ସଂକ୍ରାନ୍ତରେ ଆତଙ୍କବାଦୀମାନଙ୍କୁ ସୂଚନା ଦେଇଥିଲେ। ଗତ ମାସରେ ଇମ୍‌ତିଆଜ୍‌ଙ୍କ ଗୁଳିବିଦ୍ଧ ଶବ ପୁଲ୍‌ଓ୍ଵାମାରୁ ମିଳିଥିଲା।

ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ମଙ୍ଗଳବାର ଦିନ ହକ୍‌ଙ୍କୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇ ହାଜତରେ ରଖାଯାଇଛି।ଆକ୍ରମଣ କରାଯାଇ ପାରେ ବୋଲି ମିର୍‌ଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା। ସେ ଗାଁ’କୁ ଯାଆନ୍ତୁ ନାହିଁ ବୋଲି ତାଙ୍କ ଉପରିସ୍ଥ ଅଧିକାରୀମାନେ କହିଥିଲେ।

ଘଟନା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇ ପୁଲିସ ଡେପୁଟି କମିସନ୍‌ର୍‌ ପ୍ରମୋଦ ସିଂହ କୁଶଓ୍ଵାହ୍‌ କହିଛନ୍ତି ଯେ ଇମ୍‌ତିଆଜ୍‌ଙ୍କୁ ଲିଫ୍‌ଟ୍‌ ମାଗିବାକୁ ହକ୍‌ ତା’ ଗାର୍ଲଫ୍ରେଣ୍ଡ୍‌କୁ କହିଥିଲା ଏବଂ ପରେ ତାଙ୍କର ପ୍ରକୃତସ୍ଥିତି ସମ୍ପର୍କରେ ହିଜ୍‌ବୁଲ୍‌ ଆତଙ୍କବାଦୀଙ୍କୁ ସୂଚନା ଦେଇଥିଲା।ନଭେମ୍ବର ୨୦ ତାରିଖ ଦିନ ହକ୍‌ ବେଙ୍ଗାଲୁରୁରୁ ଦିଲ୍ଲୀ ବିମାନ ବନ୍ଦରକୁ ଆସି ସେଠାରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରିବ ବୋଲି ପୁଲିସକୁ ସୂଚନା ମିଳିଥିଲା।

By amfnews

Related Post