Sat. Mar 7th, 2026

ସିଆଇଟିୟୁ ନେତୃତ୍ୱରେ ଆର୍ଏସ୍ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପ୍ରସ୍ତାବିତ ଧର୍ମଘଟ ସାମୟିକ ସ୍ଥଗିତ

264 Views

ରାଉରକେଲା, ୨୪ା୮ : ଆର୍ଏସ୍ପି ଅଧିନରେ କାର୍ଯ୍ୟରତ ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ଠିକା ଶ୍ରମିକ ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ) ନେତୃତ୍ୱରେ ସେମାନଙ୍କ ୧୮ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବା ପାଇଁ ଆର୍ଏସ୍ପି କର୍ତ୍ତୃପକ୍ଷ ଓ ସ୍ଥାନୀୟ କେନ୍ଦ୍ରୀୟ ଶ୍ରମ ଦପ୍ତରରେ ଦାବିପତ୍ର ସହ ଧର୍ମଘଟର ନୋଟିସ୍ ପ୍ରଦାନ କରିଥିଲେ । ସ୍ଥାନୀୟ ଆଞ୍ଚଳିକ ଶ୍ରମ କମିଶନର (କେନ୍ଦ୍ରୀୟ) ଦାବିପତ୍ର ଓ ଧର୍ମଘଟ ନୋଟିସକୁ ଗ୍ରହଣ କରିବା ସହ ଗତ ଅଗଷ୍ଟ ୧୬ ତାରିଖରେ ୟୁନିୟନ ସହ ବିଭିନ୍ନ ଦାବି ଉପରେ ଆଲୋଚନା କରିବା ସହ ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ କାରଖାନା କର୍ତ୍ତୃପକ୍ଷ ଓ ୟୁନିୟନକୁ ଅନୁରୋଧ କରିଥିଲେ ।

ଠିକା ଶ୍ରମିକମାନଙ୍କୁ ସର୍ବନିମ୍ନ ମାସିକ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା, କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନ, ଠିକାଦାରମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ପାଇଁ ସର୍ତ୍ତ ରଖିବା, ୧୯୯୯ ମସିହା ଠାରୁ ଆର୍ଏସ୍ପି ବନ୍ଦ କରିଥିବା ଭିଡିଏକୁ ଲାଗୁ କରିବା, ଏନ୍ଜେସିଏସ୍ରେ ଠିକା ଶ୍ରିକମାନଙ୍କ ଦରମା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଚୁକ୍ତିନାମା କରିବା, ଠିକା ଶ୍ରମିକମାନଙ୍କୁ କ୍ୱାର୍ଟର ଯୋଗାଇ ଦେବା, ଗ୍ରୁପ୍ ଇନ୍ସ୍ୟୁରାନ୍ସ କରିବା, ଆଇନ୍ ଅନୁଯାୟୀ ଠିକା ଶ୍ରମିକମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବା, ଇଏସ୍ଆଇ, ଇପିଏଫ୍ରେ ସାମିଲ୍ କରିବା, ସ୍ୱାସ୍ଥ୍ୟ ସମ୍ପର୍କିତ କ୍ୟାମ୍ପ କରିବା ସହ ଠିକା ଶ୍ରମିକ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବା, ଠିକାଦାର ପରିବର୍ଦ୍ଧନ ହେଲେ ମଧ୍ୟ ଠିକା ଶ୍ରମିକମାନଙ୍କୁ ସ୍ଥାନୀୟ କାମରେ ରଖିବା, ଘରଭଡା ୨୫% ପ୍ରଦାନ, ଯାତାୟତ ଖର୍ଚ୍ଚ ମାସକୁ ୫ ଶହ ଟଙ୍କା ଆଦି ଦାବିରେ ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ସହିତ ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ)ର ୨ଟି ଦ୍ୱିପାକ୍ଷିକ ଆଲୋଚନା ହୋଇଥିବା ବେଳେ କାରଖାନା କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଆଲୋଚନାରେ ୟୁନିୟନ ସଭାପତି ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଅଜୟ ଶର୍ମା, ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଅରୁ ଦାସ, କିଶୋର ତନ୍ତୀ, ଲକ୍ଷ୍ମୀଧର ନାୟକ, ବିନୟ ବେଉରିଆ, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, ଷ୍ଟିଲ୍ ଏମ୍ପ୍ଲଇଜ୍ ଟ୍ରେଡ୍ ୟୁନିୟନର ସାଧାରଣ ସମ୍ପାଦକ ବସନ୍ତ ନାୟକ ପ୍ରମୁଖ ଆଲୋଚନାରେ ସାମିଲ୍ ହେବା ସହ ତୁରନ୍ତ ଶ୍ରମିକମାନଙ୍କ ସମସ୍ୟାର ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

By amfnews

Related Post