Sat. Mar 7th, 2026

ସାରଦା ଚିଟ୍‌ ଫଣ୍ଡ୍‌ ତଦନ୍ତ ଘନଟା: ଅବମାନନା ମାମଲା ଶୁଣାଣିରୁ ଓହରି ଗଲେ ସୁପ୍ରିମ କୋର୍ଟ ବିଚାରପତି

289 Views

ନୂଆଦିଲ୍ଲୀ: ବହୁ କୋଟି ଟଙ୍କା ସାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି ବୋଲି ଦର୍ଶାଇ ତିନି ଜଣ ପଶ୍ଚିମବଙ୍ଗ ଅଧିକାରୀଙ୍କ ବିରୋଧ ଅଦାଲତ ଅବମାନନା କରିଥିବା ଦର୍ଶାଇ ସିବିଆଇ ଆବେଦନ କରିଥିବା ମାମଲାରୁ ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ବୁଧବାର ଦିନ ଓହରି ଯାଇଛନ୍ତି।

ଜଷ୍ଟିସ୍‌ ରାଓ କହିଛନ୍ତି ପଶ୍ଚିମବଙ୍ଗ ତରଫରୁ ସେ ଓକିଲ ହୋଇଥିଲେ ତେଣୁ ସେ ଏ ମାମଲାର ଶୁଣାଣି କରି ପାରିବେ ନାହିଁ। ସେ ମାମଲାର ଶୁଣାଣି ଫେବ୍ରୁଆରି ୨୭ ତାରିଖ ଦିନ ତାରିଖ ଧାର୍ଯ୍ୟ କରିଛି।

ସାରଦା ଚିଟ୍‌ ଫଣ୍ଡ୍‌ ମାମଲାରେ ଇଲେକ୍‌ଟ୍ରନିକ୍‌ ପ୍ରମାଣକୁ ପରିବର୍ତ୍ତନ କରାଯାଇଛି ବୋଲି ସିବିଆଇ କରିଥିବା ଅଭିଯୋଗ ଆଧାରରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମଳୟ କୁମାର ଦେ, ଡିଜିପି ବୀରେନ୍ଦ୍ର କୁମାର ଏବଂ କୋଲ୍‌କାତା ପୁଲିସ କମିସନର୍‌ ରାଜୀବ କୁମାର ନାମରେ ଅବମାନନା ନୋଟିସ୍‌ ଜାରି କରିଥିଲେ।

ସେମାନଙ୍କର ସତ୍ୟପତ୍ରରେ ତିନି ଅଧିକାରୀ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଥିଲେ। ସେମାନେ ଅଦାଲତରେ ନିସର୍ତ୍ତ କ୍ଷମା ଯାଚନା କରିଥିଲେ। ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ପୁଲିସ ସିବିଆଇ କିଂବା ତଦନ୍ତରେ କଦାପି ବାଧା ସୃଷ୍ଟି କରୁ ନାହାନ୍ତି ବୋଲି ସେମାନେ କହିଥିଲେ।

By amfnews

Related Post