ରାଉରକେଲା, ୨୩/୭ : ରାଉରକେଲା ନିକଟ କୁଆଁରମୁଣ୍ଡା ବ୍ଲକରେ ସାମ୍ବାଦିକତା କରୁଥିବା ସଂଜୟ କୁମାର ରାଉଳଙ୍କର ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ଖବର ସମଗ୍ର ଜିଲା ସାମ୍ବାଦିକମାନଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ସହ ଥିବା ତାଙ୍କ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସ୍ୱର୍ଗତ ରାଉଳ ଓକିଲାତି ସହ ସାମ୍ବାଦିକତା କରୁଥିଲେ ।
ନିପଟ ମଫସଲ ଲୋକଙ୍କୁ ଆଇନର ସହଯୋଗ କରି ଗ୍ରାମାଞ୍ଚଳର ଖବର ଲୋକଲୋଚନକୁ ସାମ୍ବାଦିକତା ମାଧ୍ୟମରେ ଆଣିପାରୁଥିଲେ । ସୁନ୍ଦରଗଡ ସାମ୍ବାଦିକ ୟୁନିଅନ ପକ୍ଷରୁ ତାଙ୍କ ଝିଅର ଆଶୁ ଆରୋଗ୍ୟ କାମନା କରାଯିବା ସହ ତାଙ୍କ ପରିବାରକୁ ସାହାସ ଦେବା ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।
ଏହାଛଡ଼ା ନିକଟରେ ସାମ୍ବାଦିକମାନଙ୍କ ଲାଗି ଓଡିଶା ସରକାର ଘୋଷଣା କରିଥିବା ସମସ୍ତ ସୁବିଧା ତାଙ୍କ ପରିବାରକୁ ଯୋଗାଇ ଦେବାଲାଗି ୟୁନିଅନ ପକ୍ଷରୁ ସଭାପତି ସତ୍ୟାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି କାଳୀପ୍ରସାଦ ମହାପାତ୍ର ଓ ସାଧାରଣ ସଂପାଦକ ଅନୀଲ ମହାନ୍ତି ଦାବି କରିଛନ୍ତି ।