82 Views
ସୋର : ଜନ୍ମକଲା ବାପାକୁ ହାଣିଲା ପୁଅ । ସାମାନ୍ୟ ବଚସାରୁ ଜନ୍ମଦାତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇଲାନି ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ।
ସୂଚନାନୁସାରେ, ସୋର ଅଂଚଳର ଟେଣ୍ଟେଇ ସାହିରେ ଶରତ ମଲିକ ଏବଂ ତାଙ୍କ ବାପା ଜୟକୃଷ୍ଣ ମଲିକ ବାସ କରନ୍ତି । ଆଜି କୌଣସୀ କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ହିତାହିତ ଜ୍ଞାନ ଭୁଲି ଶରତ ଜୟକୃଷ୍ଣଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ଜୟକୃଷ୍ଣଙ୍କ ଛାତି ଓ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଫଳରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଘଟଣା ଭିଆଇବା ପରେ ଶରତ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।