Sat. Mar 7th, 2026

ସାବରିମାଳା ମନ୍ଦିର ଖୋଲିବା ପୂର୍ବରୁ ଆଜି ପାମ୍ବା, ନିଲକ୍କାଲ ଏବଂ ଏଲାବୁଙ୍କଲ୍‌ରେ ଜାରି ହେବ ୧୪୪ ଧାରା

154 Views

ନୂଆଦିଲ୍ଲୀ, ନଭେମ୍ବର ୦୩: ପୂଜା ନିମନ୍ତେ ନଭେମ୍ବର ୫ ତାରିଖ ଦିନ ସାବରିମାଳାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ମନ୍ଦିର ଖୋଲୁ ଥିବାରୁ ଅପ୍ରୀତିକର ପରିସ୍ଥିତି ରୋକିବା ନିମନ୍ତେ ସାନ୍ନିଧାନମ୍‌, ପାମ୍ବା, ନିଲକ୍କଲ ଏବଂ ଏଲାବୁଙ୍କଲ୍‌ର ପାଦଦେଶରେ ଶନିବାର ରାତିରୁ ମଙ୍ଗଳବାର ଯାଏଁ ନିଷିଦ୍ଧାଦେଶ ବଳବତ୍ତର ରଖାଯିବ।

ଅକ୍ଟୋବର ମାସରେ ୧୦-୫୦ ବର୍ଷ ବୟସ୍କା ନାରୀମାନଙ୍କ ମନ୍ଦିର ପ୍ରବେଶ ଉଦ୍ୟମ ବିରୋଧରେ ଭୀଷଣ ପ୍ରତିବାଦ ହୋଇଥିବାରୁ ଶନିବାର ରାତି ଠାରୁ ସାବରିମାଳାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବ।

ଏଥିପାଇଁ ପାମ୍ବା, ନିଲକ୍କଲ ଏବଂ ଇଲୁବଙ୍ଗଲ ଠାରେ ୪ରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ର କରାଇ ଦେଉ ନ ଥିବା ଧାରା ୧୪୪ ଲାଗୁ ହେବ ବୋଲି ପୁଲିସ କହିଛି।

ମାସିକ ପୂଜା ପାଇଁ ଅକ୍ଟୋବର ୧୭-୨୨ ଯାଏଁ ପୀଠ ଖୋଲିଥିଲା। ସେତେବେଳେ ନିଷିଦ୍ଧ ବୟସର ୧୨ ସରିକ ମହିଳା ମନ୍ଦିର ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଭକ୍ତମାନେ ରାଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ପ୍ରାୟ ୫୪୩ଟି ମାମଲା ରୁଜୁ ହୋଇଥିଲା ଏବଂ ଗୁରୁବାର ସୁଦ୍ଧା ୩, ୭୦୧ ଜଣଙ୍କୁ ଗିରଫ କରାଯାଇଛି।

By amfnews

Related Post