Sun. Mar 8th, 2026

ସାବଧାନ! ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଗଣିବେ ଫାଇନ୍

210 Views

ଭୁବନେଶ୍ୱର  : ଏଣିକି ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏହା ଅପରାଧ ବୋଲି ବିବେଚନା କରାଯିବ। ଆଉ ଏଥିଲାଗି ଚାଳକ ଗଣିବେ ଫାଇନ୍ ।

ପୂର୍ବରୁ ମଦ ପିଇ ଗାଡ଼ି ଚଳାଇଲେ କୋର୍ଟରେ ଜରିମାନା ଦେବାକୁ ପଡ଼ୁଥିଲା। ହେଲେ ଏବେ ମୋବାଇଲେ କଥା ହେଲେ ମଧ୍ୟ ଏଥିଲାଗି ଦଣ୍ଡିତ ହେବାକୁ ପଡ଼ିବ। ଏ ନେଇ ପୁଲିସ ଡିଜି ଓ ଭୁବନେଶ୍ୱ-କଟକ ପୁଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,  ଧାରା ୧୮୪ ‘ଗ’ ଅନୁସାରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଅପରାଧରେ ଫାଇନ୍ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ଅଧିକ ଜୋରିମାନା ଆଦାୟ ହେଉଛି। ଏହି ନୂଆ ଆଇନ୍‌କୁ କଡ଼ାକଡ଼ି କରାଯାଇଥିବାରୁ ଲୋକେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଫଳରେ ଫାଇନ୍‌କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି।

By amfnews

Related Post