Thu. Dec 26th, 2024

ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ନେଇ ବୈଠକ

By amfnews Dec 31, 2018 #Featured
150 Views

ରାଉରକେଲା, ୩୧ା୧୨  : କେନ୍ଦ୍ର ସରକାରଙ୍କ ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥା ନିମେନ୍ତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉଜ୍ଜଳା ଯୋଜନାର ଜିଲ୍ଲା ନୋଡ଼ାଲ ଅଧିକାରୀ ସୁବ୍ରତ କୁମାର ଦାସ ଓ ରୋସନ ପ୍ରସାଦ ଚୌହାନ ଉପସ୍ଥିତ ରହି ସହର ତଥା ସହରର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ମହିଳାଙ୍କୁ ସାନିଟାରୀ ନାପକିନ୍ର ବ୍ୟବହାର ଓ ଏହାର ସଚେତନତା ଉପରେ କିଭଳି ଅବଗତ କରାଇପାରିବେ ସେନେଇ ବିସ୍ତୁତ ଭାବେ ଆଲୋଚନା କରିଥିଲେ ।

ଏଥିସହ ଭୁବନେଶ୍ୱର ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାକୁ ସାରା ଓଡ଼ିଶାରେ ଉଦ୍ଘାଟିନ କରିବେ । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶହେଟି ସ୍ଥାନରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ସେଥି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ବ୍ଲକ୍ ଯଥା ସବଡେଗା, କୁତ୍ରା, ଲାଠିକଟା ଓ ଲହୁଣୀପଡ଼ା ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ । କାର୍ଯ୍ୟକ୍ରମକୁ ଜନାସେବା କେନ୍ଦ୍ର ମାଧ୍ୟମରେ ପରିଚାଳିତ ହେବ । ଏହି ଯୋଜନା ଦ୍ୱାରା ତଳି ଅଞ୍ଚଳ ତଥା ଗ୍ରାମାଞ୍ଚଳର ମହିଳାମାନେ ସ୍ୱଚ୍ଛତା ଉପରେ ସଚେତନ ହୋଇପାରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ ।

By amfnews

Related Post