135 Views
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ କୋଭିଡ୍-୧୯ର ଆତ୍ମପ୍ରକାଶ ପରେ ଏବେ ଦେଶରେ ହ୍ୟାଣ୍ଡଓ୍ଵାସ୍ ଓ ସାନିଟାଇଜରର ଚାହିଦା ବହୁ ମାତ୍ରରେ ବଢ଼ି ଯାଇଛି। କାରଣ, କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ କେବଳ ମାତ୍ର ହ୍ୟାଣ୍ଡଓ୍ଵାସ୍ ଓ ସାନିଟାଇଜରରେ ପ୍ରତ୍ୟେକ ବ୍ୟକ୍ତିକୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ଦିଆଯାଇଛି। ତେଣୁ, ଦେଶର ଚାହିଦାକୁ ଦୃଷ୍ଟିରେ ରଖି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ବା ଡାଇରେକ୍ଟୋରେଟ ଜେନେରାଲ ଅଫ୍ ଫରେନ୍ ଟ୍ରେଡ୍ (ଡିଜିଏଫ୍ଟି) ବର୍ତ୍ତମାନ ପାଇଁ ଦେଶରୁ ହ୍ୟାଣ୍ଡଓ୍ଵାସ୍ ଓ ସାନିଟାଇଜରର ବାହାର ଦେଶକୁ ରପ୍ତାନି ଉପରେ ନିଷେଧାଦେଶ ଜାରି କରିଛନ୍ତି।