Tue. Dec 24th, 2024

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର

By amfnews Jan 28, 2021 #Featured
209 Views

ନୂଆଦିଲ୍ଲୀ, ଜାନୁଆରୀ 28 : ଚଳିତ ବର୍ଷ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି ଭାରତ  । ଏହି ପରେଡ୍‌ ଅବସରରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶୀତ ହୋଇଛି ଉତ୍ତରପ୍ରଦେଶର ସଂସ୍କୃତିର ଝଲକ  । ପବିତ୍ର ରାମ ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଥିବା ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି  । ପ୍ରଥମ ଥର ପାଇଁ ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିଲା ପ୍ରଜ୍ଞାପନ ମେଢ଼  ।

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ରାମ ମନ୍ଦିର ଆକାର ଥିବା ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହୋଇଥିଲା  । ଏହି ସମୟରେ ଶହ ଶହ ଦର୍ଶକ ଯୋଡ଼ହସ୍ତରେ ତାହାକୁ ସ୍ୱାଗତ କରିଥିଲେ  । ଅନେକ ଲୋକ ‘ଜୟ ଶ୍ରୀରାମ’ ଧ୍ୱନି ଦେଇଥିଲେ  । ଉତ୍ତର ପ୍ରଦେଶର ଏହି ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ର ପଶ୍ଚାତ୍‌ ଭାଗରେ ଥିବା ପ୍ରସ୍ତାବିତ ରାମ ମନ୍ଦିର ପ୍ରତିକୃତି ସମ୍ମୁଖରେ ମହର୍ଷି ବାଲ୍ମୀକି ବସି ରାମାୟଣ ରଚନା କରୁଥିବାର ରହିଛି  । ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଦୃଶ୍ୟଟି ପରେଡ୍‌ ସମୟରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା  ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଦର୍ଶକଙ୍କ ସଂଖ୍ୟାରେ କାଣ୍ଟଛାଣ୍ଟ କରାଯାଇଥିଲା  । ତେବେ ଏଥରର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶୀତ ହୋଇଥିଲା  । ଏଥିମଧ୍ୟରୁ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି  ।

By amfnews

Related Post