Sat. Mar 7th, 2026

ସାତୁପାଲି‌ ହତ୍ୟାକାଣ୍ଡ: ସ୍ତ୍ରୀ ଗିରଫ, ପ୍ରେମିକ ଫେରାର୍

174 Views

ଧନକଉଡ଼ା , ଡିସେମ୍ବର ୨୫ : ରବିବାର ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ଫାଣ୍ଡି ସାତୁପାଲି ଗାଁରେ ଘଟିଥିବା ହତ୍ୟାକାଣ୍ଡରେ ପୁଲିସ୍ ମୃତକଙ୍କ ସ୍ତ୍ରୀକୁ ଗିରଫ କରିଛି। ଉକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଫେରାର୍ ଅଛି। କୃଷ୍ଣଚନ୍ଦ୍ର ଭେସ୍ରା (୫୫)ଙ୍କ ସ୍ତ୍ରୀ ବାନ୍ଧବୀ (୪୫)ଙ୍କ ସହ ଅନ୍ୟ ଜଣେ ଯୁବକ ସହ ସମ୍ପର୍କ ରହିଥିଲା।

ପରକୀୟା ପ୍ରୀତି କାରଣରୁ ସ୍ତ୍ରୀ ଓ ଉକ୍ତ ଯୁବକ ମିଶି କୃଷ୍ଣଚନ୍ଦ୍ରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ମୁଖ୍ୟ ଅଭିଯୁକ୍ତର ପରିଚୟ ଏଯାଏ ପୁଲିସ୍ ତଦନ୍ତର ବାଧା ହେବା ଆଶଙ୍କା ନେଇ ସ୍ପଷ୍ଟ କରୁ ନଥିବା ବେଳେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ବାନ୍ଧବୀଙ୍କୁ ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ୍ ଗିରଫ କରିଛି। ଏନେଇ ନାବାଳିକା ଝିଅକୁ ପୁଲିସ୍ ପଚରାଉଚରା କରିଥିଲା। କୃଷ୍ଣଚନ୍ଦ୍ରଙ୍କ ବଡ଼ ଭାଇ ହାଡ଼ୁ ଭେ‌ସ୍ରାଙ୍କ ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରହିଛି।

By amfnews

Related Post