Fri. Dec 27th, 2024

ସାଂସଦ ସାକ୍ଷୀ ମହରାଜଙ୍କୁ ହତ୍ୟା ଧମକ, ପାକିସ୍ତାନୀ ନମ୍ବରରୁ ୨ ଥର ଫୋନ କଲ

By amfnews Aug 11, 2020 #Featured
119 Views

ଉନ୍ନାଓ, ଅଗଷ୍ଟ ୧୧  : ସାଂସଦ ସାକ୍ଷୀ ମହରାଜ ଓ ତାଙ୍କର ନିବାସକୁ ବୋମା ଦ୍ୱାରା ଉଡାଇବାକୁ ଧମକ ମିଳିଛି । ଏବାବଦରେ ବିଜେପି ସାଂସଦ ଉନ୍ନାଓ ଏସପିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ସାଂସଦ ଡ. ସଚ୍ଚିଦାନନ୍ଦ ହରି ସାକ୍ଷୀ ମହରାଜା ନିଜର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ସୋମବାର ସନ୍ଧ୍ୟା ୪ଟା ୨୪ ମିନିଟ ଏବଂ ଦ୍ୱିତୀୟ ଥର ୪ଟା ୨୬ ମିନିଟରେ ପାକିସ୍ତାନର ଏହି ନମ୍ବର +୯୨୩୧୫୧୨୨୫୯୮୯ରୁ ଫୋନରେ ଧମକ ମିଳିଛି । ଫୋନ କରିଥିବା ବ୍ୟକ୍ତି କହୁଥିଲା ଯେ, ସେ ବୋମାମାଡ଼ କରି ଘର ଉଡାଇବ । ସାଂସଦ ଥାନାରେ ଧମକ ନେଇ ଅଭିଯୋଗ ଆଣିଛନ୍ତି ।

ସାଂସଦ କହିଛନ୍ତି, ୯୨୧୫୧୨୨୫୯୮୯ ନମ୍ବରରୁ ତାଙ୍କର ମୋବାଇଲରେ ଫୋନ କରିଥିବା ବ୍ୟକ୍ତି ଜଣକ କହିଥିଲା, ତୁମେ ଆମର ବନ୍ଧୁ ମହମ୍ମଦ ଗଫରକୁ ଧରାଇଛ । ୧୦ ଦିନ ମଧ୍ୟରେ ତୁମକୁ ଏବଂ ତୁମର ନିଜର ଲୋକଙ୍କୁ ଜୀବନରୁ ମାରି ଦିଆଯିବ । ମୋର ଆଶା ଯେ, ସୁଯୋଗ ମିଳିଲେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭଗବାନଙ୍କ ନିକଟକୁ ପଠାଇଦେବୁ । ତୁମର କାର୍ଯ୍ୟକ୍ରମ ଆମର ଲୋକଙ୍କୁ ଜଣାଅଛି ।

ସାଂସଦ ନିଜର ଅଭିଯୋଗରେ କହିଛନ୍ତି ଯେ, ଧମକ ଦେଇଥିବା ଲୋକ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନେତାଙ୍କ ନାମ ନେଇଛି । ଏଥି ସହିତ ସଂପୃକ୍ତ ବ୍ୟକ୍ତି ଅଭଦ୍ର କଥାବାର୍ତ୍ତ ଓ ଗାଳିଗୁଳଜ ମଧ୍ୟ କରିଛି ।

By amfnews

Related Post