Sun. Mar 8th, 2026

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

209 Views

ବରଗଡ଼ : ବରଗଡ଼ କେନାଲ ଡିଭିଜନ୍‌ ସହକାରୀ ଯନ୍ତ୍ରୀ ଟଙ୍କଧର ମେହେର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ବିଭାଗ ଶ୍ରୀ ମେହେରଙ୍କ ବରଗଡ଼ସ୍ଥିତ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ଘର ଏବଂ ଅଫିସ୍‌ରୁ ବ୍ୟାଙ୍କ ପାସ୍‌ବହି ସମେତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଂଚ ହୋଇଛି। ବରଗଡ଼ରେ ଶ୍ରୀ ମେହେରଙ୍କ ୪୨ଲକ୍ଷ ଟଙ୍କାର ଘର, ସର୍ଗିବାହାଲରେ ୩୫ଲକ୍ଷ ଟଙ୍କାର ଘର, ୪ଲକ୍ଷ ଟଙ୍କାର କାର୍‌, ୨ଟି ବାଇକ୍‌, ୫ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌, ସର୍ଗିବାହାଲରେ ୪ଟି ଜମି ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବୋଲି ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର ନାଏକ ସୂଚନା ଦେଇଛନ୍ତି।

By amfnews

Related Post