Sat. Mar 7th, 2026

ସଲମାନ୍ ଖାନଙ୍କୁ ବାହା ହେବାକୁ ଚାହାଁନ୍ତି ଜରିନ୍‌ ଖାନ୍‌!

181 Views

ମୁମ୍ବାଇ  :  ବଲିଉଡର ହଟ୍‌ ହିରୋଇନ୍‌ ଜରିନ୍‌ ଖାନ୍‌ ପୁଣି ଚର୍ଚ୍ଚାରେ। ସେ ସଲମାନ୍‌ ଖାନଙ୍କ ବିପକ୍ଷରେ ‘ବୀର୍‌’ ଫିଲ୍ମରେ ନାୟିକା ସାଜି ବଲିଉଡରେ ଡେବ୍ୟୁ କରିଥିଲେ। ତା’ପରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ରେଡି’ରେ କ୍ୟାରେକ୍ଟର ଢିଲା ଆଇଟମ୍‌ ଗୀତରେ ବି ନଜର ଆସିଥିଲେ। ବିଶେଷ କରି ‘ଅକସର-୨’ରେ ବୋଲ୍‌ଡ ସିନ୍‌ ଦେଇ ଢେର ଚର୍ଚ୍ଚା ସାଉଁଟିଥିଲେ ସେ।

ହେଲେ ଏବେ ବଲିଉଡ୍‌ ନାୟିକା ଜରିନ୍‌ ଖାନ୍‌ ନିଜର ଏକ ବୟାନ୍ ଲାଗି ଚର୍ଚ୍ଚାରେ ଅଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ୍ ଖାନଙ୍କୁ ବାହା ହେବାକୁ ଚାହାଁନ୍ତି। ତାଙ୍କୁ ପଚରାଯାଇଥିଲା ଯେ କେଉଁ ଗୁଜବ କରାଗଲେ ସେ ଖୁସି ହେବେ , ସେତେବେଳେ ଜରିନ୍‌ ଖାନ୍‌ କହିଥିଲେ ଯେ ସଲମାନ୍ ଖାନ୍ ତାଙ୍କୁ ବାହା ହେଉଛନ୍ତି ବୋଲି ଗୁଜବ ଉଠିଲେ ସବୁଠାରୁ ଅଧିକ ଆନନ୍ଦିତ ହେବେ। ସେ ସଲମାନ୍ ଖାନଙ୍କ ସହ ହୁକଅପ୍ କରିବାକୁ ଚାହାଁନ୍ତି ବୋଲି ବି କହିଥିଲେ ଜରିନ୍‌ ଖାନ୍‌।
ସୂଚନାଯୋଗ୍ୟ ସଲମାନ୍ ଖାନ ଏବେ ଦବଙ୍ଗ-୩ର ସୁଟିଂରେ ବ୍ୟସ୍ତ ଅଛନ୍ତି।

By amfnews

Related Post