Fri. Mar 6th, 2026

ସର୍ବାଧିକ ରକ୍ତ ସଂଗ୍ରହରେ ବଜରଙ୍ଗ କ୍ଲବ ସମ୍ବର୍ଦ୍ଧିତ

380 Views

ଢେଙ୍କାନାଳ :  ଜିଲ୍ଲା ରେଡ୍କ୍ରସ୍ ରକ୍ତ ଭଣ୍ଡାର ଏବଂ ରକ୍ତଦାତା ପ୍ରବର୍ତ୍ତକ ସଂଘର ମିଳିତ ସହଯୋଗରେ ସ୍ଥାନୀୟ ରୋଟାରୀ କ୍ଲବ୍ଠାରେ ବିଶ୍ୱରକ୍ତଦାତା ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍କୁ ସର୍ବାଧିକ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ସମ୍ବର୍ଦ୍ଧିତ କରାଯିବା ସହ ମାନପତ୍ର ଓ ସ୍ମରଣିକା ପ୍ରଦାନ କରାଯାଇଥିଲା ।

ତିନୋଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ବଜରଙ୍ଗ କ୍ଲବ୍ ୭୫୯ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲା । ବଜରଙ୍ଗ କ୍ଲବର ସଦସ୍ୟ ରତିରଞ୍ଜନ ପଣ୍ଡା, ଗଣେଶ୍ୱର ମହାପାତ୍ର, ସୌରଭ ମହାପାତ୍ର, ଆଶିଷ ନାୟକ, ଆଶୁତୋଷ କର, ସନ୍ତୋଷ ସାମଲ, ଶୁଭମରଞ୍ଜନ ସାହୁ, ଆଲୋକନାଥ ବସ୍ତିଆ, ରୋଜେସ୍ ପରିଡା, ରିତେଶ୍ ସିଂ ସାମନ୍ତ, ଷ୍ଟାଲିନ୍ ମହାନ୍ତି, ସଞ୍ଜୟ ବେହେରା, ସୁଧାଂସୁ ଜେନା, ସୁବ୍ରତ କୁମାର ରାଉତ, ଜିତେନ୍ଦ୍ର ବେହେରା, ମଳୟ କୁମାର ବିନ୍ଧାଣୀ, ପିଣ୍ଟୁ ବେହେରା, ଶୁଭମ୍ଜିତ୍ ମିଶ୍ର, ପି.ଆଞ୍ଜେନେୟ, ସ୍ମାରକରଞ୍ଜନ ଦାସ, ବିଶ୍ୱଜିତ୍ ବେହେରା ଓ ସନ୍ଦିପ୍ ଷଡଙ୍ଗୀ ନିୟମିତ ରକ୍ତଦାତା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ ।

ଏହି ଉତ୍ସବରେ  ଉପଜିଲ୍ଲାପାଳ ପିତାମ୍ବର ସାମଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବଜରଙ୍ଗ କ୍ଲବ୍କୁ ସମ୍ବର୍ଦ୍ଧିତ କରିବା ସହ ରକ୍ତସଂଗ୍ରହରେ ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ବିରଞ୍ଚି ନାରାୟଣ ଅଧିକାରୀ, ରକ୍ତଭଣ୍ଡାର ଅଧିକାରୀ ନିମାଇଁଚରଣ ଜେନା ଓ ରକ୍ତଭଣ୍ଡାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ସହ କ୍ଲବର ଉପଦେଷ୍ଟା ଅମରେନ୍ଦ୍ର ସାମଲ,  ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ ଓ କ୍ଲବର ସଦସ୍ୟ ବିଭୁପ୍ରସାଦ ମହାପାତ୍ର, ସୌମ୍ୟସ୍ୱରୂପ ଶତପଥୀ, ସମ୍ବିତ୍ ମହାପାତ୍ର ଓ ଦେବାଶିଷ ନାୟକ ଉପସ୍ଥିତ ଥିଲେ ।

Related Post