Wed. Nov 27th, 2024

ସର୍ବାଧିକ କରୋନା ପ୍ରଭାବିତ ୯ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

By amfnews Jul 25, 2020 #Featured
220 Views

ନୂଆଦିଲ୍ଲୀ, ଜୁଲାଇ ୨୫ : କରୋନା ଭାଇରସ ସଂକ୍ରମଣ ଲଗାତାର ବଢୁଥିବାରୁ କ୍ୟାବିନେଟ ସଚିବ ଶୁକ୍ରବାର ୯ଟି ରାଜ୍ୟର ସ୍ଥତି ନେଇ ସମୀକ୍ଷା କରିଛନ୍ତି । ଦେଶର ୯ଟି ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମରେ କରୋନା ଭୂତାଣୁ  ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହାମାରୀ ରୋକିବାକୁ ଯୋଜନା ହୋଇଛି । ବୈଠକରେ ୯ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନେ ଉପସ୍ଥିତ ଥିଲେ ।

କ୍ୟାବିନେଟ ସଚିବ ରାଜ୍ୟର ରେସପନ୍ସକୁ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି । ରାଜ୍ୟ ସଚିବମାନେ ରୋଗୀଙ୍କ ସଂଖ୍ୟା ବଢିଥବା ନେଇ ନିଜର ଅଭିଜ୍ଞତା ସେୟାର କରିଛନ୍ତି ।  ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯିବା ସହ କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ କରିବାକୁ କୁହାଯାଇଛି । କେନ୍ଦ୍ର ସରକାର ରାଜ୍ୟକୁ ଆହୁରି ଆକ୍ରମଣାତ୍ମକ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଗୋଷ୍ଠୀ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ।

କ୍ୟାବିନେଟ ସଚିବ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦିଶା ନିର୍ଦ୍ଦେଶ ଅନୁସାରେ ଏହି ରାଜ୍ୟଗୁଡ଼ିକର ପ୍ରତ୍ୟେକ କଣ୍ଟେନମେଣ୍ଟ ଜୋନରେ ଠିକ ଭାବରେ କାମ କରାଯାଉଛି କି ନାହିଁ, ତାହାର ତଦାରଖ କରିଛନ୍ତି । ଏହାରି ମଧ୍ୟରେ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ଏହା ଦ୍ୱାରା ରୋଗ ନିୟନ୍ତ୍ରଣକୁ ଅଣାଯାଇପାରିବ । କଣ୍ଟେନମେଣ୍ଟ ଜୋନ ବାହାରେ ଯାତାୟତ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପୁଣି ଥରେ ବଢ଼ିଥିବା ସଂକ୍ରମଣକୁ ରୋକାଯାଇ ପାରିବ । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତି ମୂମିକୁ ମଧ୍ୟ ମଜବୁତ କରାଯାଉଛି । ଏହି ପ୍ରସଙ୍ଗରେ ଅକ୍ସିଜେନ ଓ ଭେଣ୍ଟିଲେଟର ବ୍ୟବସ୍ଥା ଅଧିକ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି ।

By amfnews

Related Post