Sat. Mar 7th, 2026

ସର୍ବସମନ୍ୱୟ ସଂଘ ପକ୍ଷରୁ ଡ.ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

265 Views

ରାଉରକେଲା, ଡିସେମ୍ବର ୦୫ : ସେକ୍ଟର-୧୭ ସ୍ଥିତ ସର୍ବସମନ୍ୱୟ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ବିପ୍ର ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଡ.ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୬ ତାରିଖ ପୂର୍ବାହ୍ନ ୯ଟା ବେଳେ ସେକ୍ଟର-୭/୧୭ ଛକଠାରେ ଥିବା ଡ.ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ଶ୍ରଦ୍ଧା ଦିବସ ପାଳନ କରାଯିବାକୁ ସଂଘ ପକ୍ଷରୁ ସ୍ଥିର କରାଯାଇଛି ।

ଏହିଦିନ ବାବାସାହେବ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ନିମନ୍ତ୍ରିତ ଅତିଥିବୃନ୍ଦଙ୍କ ଗହମରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ତାଙ୍କ ଜୀବନୀ ଉପରେ ଆଲୋଚନା କରାଯିବ ।

ବୈଠକରେ ସଂଘ ସାଧାରଣ ସମ୍ପାଦକ ଶୁକଦେବ ମଲ୍ଲିକ, ଉପସଭାପତି ବିଜୟ କୁମାର ସେଠୀ, କୈଳାସ ଚନ୍ଦ୍ର ମାହାଲି, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ପରିଚ୍ଛା, ଭଗବାନ ସେଠୀ, ପ୍ରସନ୍ନ କୁମାର ମାହାଲି, ରମେଶ ଚନ୍ଦ୍ର ମଲ୍ଲିକ, ପ୍ରଭାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରଦ୍ଧା ଦିବସ ପାଳନ ଅବସରରେ ରାଉରକେଲାର ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ଅନୁଷ୍ଠାନମାନେ ଯୋଗ ଦେବା ପାଇଁ ସଂଘ ତରଫରୁ ନିବେଦନ କରାଯାଇଛି ।

By amfnews

Related Post