Sat. Mar 7th, 2026

‘ସରୋଗେସି’ ଦ୍ୱାରା ଜାତ ନିଜର ପ୍ରଥମ ପିଲାକୁ ସ୍ୱାଗତ କଲେ ଏକତା କପୁର

324 Views

ନୂଆଦିଲ୍ଲୀ, ଜାନୁଆରୀ ୩୧ : ଜାନୁଆରି ୨୭ ତାରିଖ ଦିନ ଟେଲିଭିଜନ ସାମ୍ରାଜ୍ଞୀ ୪୩ ବର୍ଷୀୟ ଏକତା କପୁର ଏକ ସନ୍ତାନର ମାଆ ହୋଇଛନ୍ତି। ପୁଅଟି ସୁସ୍ଥ ଅଛି ଏବଂ ଖୁବ୍‌ ଶୀଘ୍ର ଘରକୁ ଆସିବ ବୋଲି ଖବର ମିଳିଛି।

ଅବିବାହିତା ଏକତା ତାଙ୍କ ଭାଇ ତୁଷାରଙ୍କ ଦ୍ୱାରା ଉଦ୍‌ବୁଦ୍ଧ ହେବା ପରି ମନେହେଉଛି। ୨୦୧୬ରେ ସେ ମଧ୍ୟ ଆଇଭିଏଫ୍‌ ‘ସରୋଗେସି’ ଦ୍ୱାରା ଲକ୍ଷ୍ୟ କପୁରଙ୍କୁ ଜନ୍ମ କରାଇଥିଲେ। ଏକତା ଛୁଆ ରଙ୍କୁଣୀ, ବିଶେଷକରି ପୁତୁରା ଲକ୍ଷ୍ୟ ତାଙ୍କର ଭାରି ପ୍ରିୟ। ଇନଷ୍ଟାଗ୍ରାମ୍‌ ପେଜ୍‌ରେ ସେ ତାଙ୍କର ଖୁସିବାସିଆ ଓ କୌତୁକିଆ ଫଟୋ ସବୁ ପୋଷ୍ଟ କରିବାକୁ ସୁଖ ପାଆନ୍ତି।

ଲକ୍ଷ୍ୟ ଆସିବା ପରେ ଜୀବନର ପରିବର୍ତ୍ତନ ସଂକ୍ରାନ୍ତରେ ଏକତା କହିଥିଲେ: ମୋ ଜୀବନ ବଦଳି ଯାଇଛି। ଏବେ ମୋ ଜୀବନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ଲକ୍ଷ୍ୟ। ସବୁ ଦିନ ସେ କିଛି ନା କିଛି ନୂଆ କଥା କରୁଛି ଏବଂ ଆମେ ତାକୁ ହିଁ ଚାହିଁ ବସିଥାଉ। କାମରେ ଏଣେତେଣେ ଯିବା ବେଳେ ମୁଁ ତାକୁ ଝୁରେ। ଆପଣ ଜାଣନ୍ତି, ଏବେ ମୋ ଜୀବନର ଲକ୍ଷ୍ୟ ହେଉଛି ଲକ୍ଷ୍ୟର ତତ୍ତ୍ୱ ନେବା।

By amfnews

Related Post