133 Views
ଆଠଗଡ଼ : ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା । ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ । ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ ଏହି ଗଜଭୋଗକୁ ଅପେକ୍ଷା କରିଥାନ୍ତି ।
ଗଜଭୋଗ ଓ ତରଣ ଭୋଗ ପାଇବା ପରେ ଭକ୍ତମାନେ ବେଶ୍ ଆନନ୍ଦିତ ହୋଇଉଠିଥିଲେ । ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ଏହି ସ୍ୱତନ୍ତ୍ର ଧରଣର ଭୋଗ ପ୍ରସ୍ତୁତ କରି ବାବା ଧବଳେଶ୍ୱରଙ୍କ ନିକଟରେ ଅର୍ପଣ କରିଥାନ୍ତି ।