190 Views
ବିଂଝାରପୁର/ବରୀ : ସରସ୍ବତୀ ପୂଜାକୁ ନେଇ ଯାଜପୁରର ବିଂଝାରପୁର ଅଞ୍ଚଳରେ ଗୋଷ୍ଠୀସଂଘର୍ଷ ହୋଇଛି। ଏଥିରେ ଉଭୟ ଗୋଷ୍ଠୀରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଆଜି ଦିନ ୧୧ଟା ସମୟରେ ବିଂଝାରପୁର ଭଅଁରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମରେ ଆଜି ସରସ୍ବତୀ ପୂଜା ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା।
ଆହତ ଗୋବିନ୍ଦ ଚନ୍ଦ୍ର ମଲିକଙ୍କ ପକ୍ଷରୁ ରିପୋର୍ଟ ଲେଖା ପର୍ଯ୍ୟନ୍ତ ବିଂଝାରପୁର ଥାନାରେ କୌଣସି ଅଭିଯୋଗ ପହଞ୍ଚି ନଥିବା ଜଣାପଡ଼ିଛି।
ଅନ୍ୟପଟେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଶ୍ରୀମତୀ ମଲିକ, ସ୍ବାମୀ ଶିବ ପ୍ରସାଦ ମଲିକ ଥାନାରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗକୁ ଭିତ୍ତିକରି ୨୯/୧୯ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଶ୍ରୀମତୀ ମଲିକଙ୍କ ସହିତ ଜଳଧର ମଲିକ, ରାମଚନ୍ଦ୍ର ମଲିକ, ମାନ ମଲିକ, ସୁଶାନ୍ତ ମଲିକ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।
ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଆହତମାନଙ୍କ ମଧ୍ୟରୁ ଜଣେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।