Tue. Mar 10th, 2026

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ଉ

240 Views

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଉଷାନ୍ତଙ୍କ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରସ୍ଥିତ ଘର, ପୈତୃକ ଗାଁ ଦିଗପହଣ୍ଡି ନିକଟସ୍ଥ ନବରଙ୍ଗପୁର ଗାଁ ଘର, ଦିଗପହଣ୍ଡିସ୍ଥିତ ଗ୍ୟାରେଜ, ରାଜପୁର ଗ୍ରାମ ସ୍ଥିତ ଘର ଓ ପଞ୍ଚାୟତ ଅଫିସ୍ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଉଷାନ୍ତ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଥିଲେ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ତାଙ୍କ ପତ୍ନୀ ସରପଞ୍ଚ ରହିଥିଲେ। ବର୍ତ୍ତମାନ ସେ ସରପଞ୍ଚ ଅଛନ୍ତି।

By amfnews

Related Post