114 Views
ନୟାଗଡ, ଜାନୁଆରୀ ୫ : ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଂଚଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ସରପଂଚ ସୌମ୍ୟରଂଜନ ପ୍ରଧାନଙ୍କ ଘର ଆଗରେ ତିନୋଟି ବେନାମୀ ଚିଠି ଜବତବ କରାଯାଇଛି । ଉକ୍ତ ଚିଠିରେ ତାଙ୍କୁ ହତ୍ୟା ଦିଆଯାଇଛି । ଏହା ସହିତ ଏକ ପାର୍ସଲ ମଧ୍ୟ ମିଳିଛି । ଏ ନେଇ ସରପଞ୍ଚ ଥାନାରେ ଅଭିଯୋଗ କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସୌମ୍ୟଙ୍କ ଘର ଆଗରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ପରେ ତିନୋଟି ଚିଠି ଛାଡି ଯାଇଥିଲେ । ତେବେ ଚିଠିରେ ଅଶ୍ଳୀଳ ଭାଷାରେ ହତ୍ୟା ଧମକ ଦିଆଯାଇଛି । ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି । ସେହିପରି ଥାନାରେ କରାଯାଇଥିବା କେସ୍ ଉଠାଇ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ବୋଦାପଡା ଗାଁରୁ ଚିଠି ଆସିଥିବା ପ୍ରାଥିମିକ ଛାନଭିନ୍ରୁ ଜଣାପଡିଛି । ତେବେ ପୋଲିସ ସରପଞ୍ଚଙ୍କ ଘରେ ପହଁଚି ଚିଠି ଓ ପାର୍ସଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବିଧାୟକ ଅରୁଣ ସାହୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ ।