Sat. Mar 7th, 2026
350 Views

ନୂ୍ଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ଲକ୍ଷେରୁ ଅଧିକ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଟିମ୍ ଲିଜ୍‌ ନାମକ ଏକ ସଂସ୍ଥା ପକ୍ଷରୁ ଏଭଳି ଆକଳନ କରାଯାଇଛି। ସ୍ବତନ୍ତ୍ର ପ୍ରତିଭାର ଅଧିକାରୀ ଥିବା ପ୍ରାର୍ଥୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ। ସମ୍ପତ୍ତି ପରିଚାଳନା, ଆନାଲିଟିକ୍ସ, ରଣନୀତି, ଡିଜିଟାଲ୍ ଓ ଗ୍ରାହକ ସେବା ଭଳି କ୍ଷେତ୍ରରେ ନୂଆ କର୍ମଚାରୀଙ୍କୁ ବ୍ୟାଙ୍କଗୁଡ଼ିକୁ ନିଯୁକ୍ତ କରିବେ। ଏହି ସବୁ ଚାକିରିରେ ସର୍ବାଧିକ ବାର୍ଷିକ ୫୦ ଲକ୍ଷ ଟଙ୍କିଆ ଦରମାର ଚାକିରି ମଧ୍ୟ ରହିଛି। ବିଗତ ଦୁଇ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ୯୫ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି।

By amfnews

Related Post