Sat. May 10th, 2025

ସରକାରୀ ପ୍ରାଥମିକ ବିଦ୍ୟାଳୟ (କ)ର ବାର୍ଷିକ କ୍ରୀଡା ଉତ୍ସବ

By amfnews Dec 23, 2018 #Featured
308 Views

ରାଉରକେଲା, ୨୩ା୧୨  : ସେକ୍ଟର-୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ “କ’ର ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆର୍ପିଏଲ୍ କ୍ଲଷ୍ଟର ସିଆର୍ସିସି ଭାସ୍କର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିକଟସ୍ଥ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ସୁନ୍ଦରଗଡ ଜିଲାର ସୁନାମଧନ୍ୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ ତଥା ରାଜ୍ୟର ଧାବିକା ଦୂତୀ ଚାନ୍ଦଙ୍କ କ୍ରୀଡା କୃତିତ୍ୱକୁ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପରି ହେବା ପାଇଁ ପ୍ରେରଣା ଦେବା ସହ ମୁଖ୍ୟ ଅତିଥି ଶ୍ରୀ ନନ୍ଦଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଲୀଳାବତୀ ଚୌଧୁରୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଛାତ୍ର ଓ ଛାତ୍ରୀ ଯଥାକ୍ରମେ ମିହିର ସାହୁ, ଆଶୁତୋଷ ମୁଖୀ, ଅଙ୍କିତା ମଲ୍ଲ ଓ ମନୀଷା କାକଳୀଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ସାବିତ୍ରୀ ଦାସ, ସନ୍ଧ୍ୟା ପଟେଲ, ରେଣୁବାଳା ରାଉତ, ପ୍ରମିଳା ପ୍ରଧାନ, ନିବେଦିତା ମହାପାତ୍ର, କାବେରୀ ଭଞ୍ଜ ମଞ୍ଚ ପରିଚାଳନା କରିଥିବା ବେଳେ ଅମୀତା କୁମାରୀ ସାହୁ ଧନ୍ୟବାଦ ଦେଇଥିଲେ ।

By amfnews

Related Post