Sun. Mar 8th, 2026

ସରକାରୀ ଅଫିସରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ଜେଲ୍‌ ଗଲେ ୨ ଅଭିଯୁକ୍ତ

247 Views

ଭଂଜନଗର/ବୁଗୁଡା : ବୁଗୁଡା ସବ୍‌ଟ୍ରେଜେରୀ କାଯ୍ୟାର୍ଳୟ ପରିସରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଡ଼ିତ ଦୁଇ ଅଭିଯୁକ୍ତ ରାଜା ପାଣି ଓ ରାମଚନ୍ଦ୍ର ମହାରାଣାକୁ ଭଂଜନଗର ଏସ୍‌ଡିଜେଏମ କୋର୍ଟ ଚାଲାଣ କରାଯାଇଛି ବୋଲି ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି। ଜାମିନ୍‌ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ବସନ୍ତ ଦାଶ ଜାମିନ୍‌ ଆବେଦନ କରିଥିଲେ। ତେବେ ପୀଡ଼ିତାଙ୍କ ଡାକ୍ତରୀମାଇନାରେ ବିଳମ୍ବକୁ ନେଇ କୋର୍ଟ ପକ୍ଷରୁ ପୁଲିସ ପ୍ରଶାସନକୁ ଭର୍ତ୍ସନା କରାଯାଇଥିବା ସୂଚନା ମିଳିଛି। ଏହା ପରେ ପୁଲିସ ପକ୍ଷରୁ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ସହ କୋର୍ଟରେ ବୟାନ୍‌ ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ପୀଡ଼ିତା ବୟାନ୍‌ ବଦଳାଇବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ଆସିବା ପରେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି। ସେହିପରି ସବଟ୍ରେଜେରୀ କାଯ୍ୟର୍ାଳୟର ରାତ୍ର ଜଗୁଆଳୀ ମହେଶ୍ୱର ପରିଡାଙ୍କୁ ଅଟକ ପଚାରାଉଚାରା ଜାରି ରହିଥିବା ବେଳେ ଏକ ଅଟୋ ଜବତ ହୋଇଥିବା ନେଇ ଏସ୍‌ଡିିପିଓ ଶ୍ରୀ ଦାଶ କହିଛନ୍ତି । ସେହିପରି ଦୁଇ ଅଭିଯୁ୍‌କ୍ତଙ୍କ ବି ଡାକ୍ତରୀ ମାଇନା ହୋଇଛି ।

ଅନ୍ୟପକ୍ଷରେ ଆଜି ଭଂଜନଗର ଡାକ୍ତରଖାନାକୁ ଦୁଇ ଅଭିଯୁକ୍ତ ଅଟୋ ଚାଳକ ରାଜା ଓ ତା’ର ସହଯୋଗୀ ରାମଚନ୍ଦ୍ରକୁ ଅଣାଯାଇଥିବା ବେଳେ ସେମାନେ ଘଟଣା ବିଷୟରେ କିଛି ଜାଣି ନଥିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଥିବା କହିଥିଲେ। ପୀଡ଼ିତା ତାଙ୍କ ଅଟୋରେ ଭଡ଼ାରେ ଯାଉଥିବା ବେଳେ ଫୋନ୍‌ରେ ତାଙ୍କ ସହ କଥାବାର୍ତା କରୁଥିଲେ। କିନ୍ତୁ ଘଟଣା ବିଷୟରେ ଜମାରୁ ସେ ଅବଗତ ନଥିବା ରାଜା କହିଛି।

By amfnews

Related Post