Sun. Nov 24th, 2024

ସରକାରଙ୍କ ଯୋଜନା: ଗୋଟିଏ କେନ୍ଦ୍ରରେ ଦିନକରେ ୧୦୦ ଜଣଙ୍କୁ ଦିଆଯିବା କରୋନା ଟିକା!

By amfnews Dec 12, 2020 #Featured
173 Views

ବେଙ୍ଗାଲୁରୁ, ଡିସେମ୍ବର ୧୨ : ଦେଶରେ ବ୍ୟାପକ ଭାବରେ କରୋନା ଟିକା ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି । ସରକାର ଏଥି ଲାଗି ନିଜ ସ୍ତରରେ ଏକ ବିସ୍ତୁତ ଯୋଜନା ମଧ୍ୟ କରିସାରିଛନ୍ତି । କୁହାଯାଉଛି ଯେ, ଏକ ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ମୁତୟନ କରାଯିବ । ଏଥି ସହିତ ଟିକାର ପ୍ରଥମ ଡୋଜ ମିଳିବା ପରେ କୌଣସି ପ୍ରକାର ବିପରୀତ ପ୍ରଭାବର ଆଶଙ୍କାକୁ ଦୃଷ୍ଟିରେ ରଖି ଏକ କୋଠରୀ ପ୍ରସ୍ତୁତ କରାଯିବ । 

ଅନୁମାନ ଅନୁସାରେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଦିନକୁ ପାଖାପାଖି ୧୦୦ ଜଣଙ୍କୁ ଟିକା ଦିଆଯାଇପାରିବ । ଟିକା ଆରମ୍ଭ ହେବାର କିଛି ସମୟ ପରେ ଏହାକୁ ତୀବ୍ର କରିବା ଲାଗି ସରକାର କମ୍ୟୁନିଟି ହଲ ଏବଂ ଟେଣ୍ଟ ଲଗାଇବାର ବ୍ୟବସ୍ଥା କରିବେ । ପ୍ରତ୍ୟେକ ସାଇଟରେ ସାଧାରଣ ଟିକାକରଣ କେନ୍ଦ୍ର ପ୍ରତି ଦୃଷ୍ଟି ଦିଆଯିବ । 

ଉପରେ ଦିଆଯାଇଥିବା ତଥ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଷ୍ଟାଣ୍ଡାର୍ଟ ଅପରେଟିଂ ପ୍ରୋସିଜୁର (ଏସଓପି)ର ଡ୍ରାଫ୍ଟ ଭାବେ ରାଜ୍ୟକୁ ଦିଆଯାଇଛି । ଏସ୍‌ଓପି ଅନୁସାରେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଜଣେ ସୁରକ୍ଷାକର୍ମୀଙ୍କ ସମେତ ୫ ଜଣ ଲୋକଙ୍କୁ ମୁତୟନ କରାଯିବ । ଏଥି ସହିତ ୩ଟି କଠୋରୀ ଭେଟିଂ, ଭ୍ୟାକସିନ ଓ ଅବଜରଭେଶନ ପାଇଁ ରଖାଯିବ । 

ଟିକା ନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ କୌଣସି ପ୍ରକାରର ପାଶ୍ୱର୍ପ୍ରତିକ୍ରିୟାର ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ୩୦ ମିନିଟ ଯାଏଁ ନଜର ରଖାଯିବ । କୌଣସି ପ୍ରକାରର ଗୁରୁତର ହେଲେ, ଲୋକଙ୍କ ନିକଟରେ ଉତ୍ସର୍ଗୀକୃତ ହସ୍‌ପିଟାଲରେ ଭର୍ତ୍ତି କରାଯିବ । କେନ୍ଦ୍ରର ଦିବସୀୟ ୱାର୍କସପରେ ସାମିଲ ହୋଇ ଇମ୍ୟୁନାଇଜେଶନ ଅଫିସିର୍ସ ଡ. ରଜନୀ ଏନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଟିକାକରଣ ଲାଗି ୩ଟି କଠୋରୀ ସଂରକ୍ଷିତ ରଖାଯିବ । ସାମାଜିକ ଦୂରତାକୁ ମଧ୍ୟ ଟିକାକରଣ କେନ୍ଦ୍ରରେ ଗୁରୁତ୍ୱ ଦିଆଯିବ । 

By amfnews

Related Post