Thu. Dec 26th, 2024

ସମ୍ବଲପୁର ମଣ୍ଡଳ ଜୀବନ ବୀମା କର୍ମଚାରୀ ସଂଘ ରାଉରକେଲା ବେସର ହୀରକ ଜୟନ୍ତୀ ବାର୍ଷିକ ସାଧାରଣ ଅଧିବେଷଣ

rklsanchar@gmail.com' By J.N. Pradhan Aug 17, 2018 #Featured
142 Views

ରାଉରକେଲା, ୧୭ା୮ : ଏଲଆଇସି ସେକ୍ଟର-୧୯ ଶାଖା କାର୍ଯ୍ୟାଳୟ ଠାରେ ରାଉରକେଲା ବେସ୍ର ୬୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବେସ୍ ସଭାପତି କେ.ଶୋଭାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଧାରଣ ସମ୍ପାଦକ ମୀନରଞ୍ଜନ ବିଶି ଓ ସମ୍ମାନିତ ଅତିଥି ଭାବେ ସାଙ୍ଗଠନିକ ସମ୍ପାଦକ ରତ୍ନାକର ପ୍ରଧାନ ଯୋଗ ଦେଇଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଦେଶର ସମ୍ବିଧାନ, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସାଧାରଣ ସମ୍ପାଦକ ବକ୍ତବ୍ୟ ରଖିଥିଲେ ।

ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଧାନ ମତ ଦେଇଥିଲେ ଯେ, ସଙ୍ଗଠନ ଓ ଐକ୍ୟବଦ୍ଧ ସଂଗ୍ରାମ ହିଁ ରାଷ୍ଟ୍ରାୟତ୍ତ ଶିଳ୍ପର ସୁରକ୍ଷା ଓ ସମୃଦ୍ଧି କରାଯାଇପାରିବ । ଜାତି, ଧର୍ମ ଓ ଆଞ୍ଚଳିକତା ବାଦରୁ ଊଦ୍ଧ୍ୱର୍ରେ ରହି କାର୍ଯ୍ୟ କଲେ ହିଁ ଆମେ ସମାଜ ତଥା ଦେଶକୁ ପ୍ରଗତି ପଥରେ ଆଗେଇ ନେଇପାରିବା ବୋଲି ସଭାରେ ମତପ୍ରକାଶ ପାଇଥିଲା । ୧୦ରୁ ଊଦ୍ଧ୍ୱର୍ ସାଥୀଙ୍କ ଆଲୋଚନା ପରେ ବାର୍ଷିକ ବିବରଣୀ ଗୃହୀତ ହୋଇଥିଲା

। ନିକଟସ୍ଥ ବଣେଇ, ଉଦିତନଗର ଓ ପାନପୋଷର ଅନେକ ସାଥୀଙ୍କ ସହ ୬୦ରୁ ଊଦ୍ଧ୍ୱର୍ ସଦସ୍ୟଙ୍କ ଯୋଗଦାନ ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲା । ଆଗାମୀ ବର୍ଷ ପାଇଁ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଯଥାକ୍ରମେ ସାଥୀ କେ.ଶୋଭା, ଧାନ ବେଶ୍ରା ଓ ତରୁଲତା କୁଜୁର ସର୍ବସମ୍ମତି ଭାବେ ନିର୍ବାଚିତ ହୋଇଥିଲେ । ମଣ୍ଡଳର ଯୁଗ୍ମ ସମ୍ପାଦକ ସାଥୀ ମନୋଜ ଦାସ ଧନ୍ୟବାଦ ଦେଇଥିଲେ ।

Related Post