Sun. Mar 8th, 2026

ସମ୍ବଲପୁର: ବିଜେଡି ନେତା ଏମ୍‌ ବି ପ୍ୟାରୀରାଜଙ୍କ ଦେହାନ୍ତ

209 Views

ରେଙ୍ଗାଲି, ଡିସେମ୍ବର ୨୧ : ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ସ୍ଥାନୀୟ ବିଜେଡି ନେତା ଏମ୍‌. ବି. ପ୍ୟାରୀରାଜଙ୍କର ଗଣେଶ ନଗରସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପ୍ୟାରୀରାଜଙ୍କ ମୃତ୍ୟୁ ସମୟରେ ପତ୍ନୀ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ବମ୍ବେ ଯାଇଥିବାରୁ ଘରେ ଅନୁପସ୍ଥିତ ଥିଲେ।

ପୂର୍ବରୁ ବ୍ଲକ୍‌ ସମିତି ସଭ୍ୟ ଥିବା ପ୍ୟାରୀରାଜ କିଛି ଦିନ ହେବ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହୋଇ ଡାଏଲିସିସ୍‌ କରାଉଥିଲେ। ଆଜି ଡାଏଲିସିସ୍‌ ନିମନ୍ତେ ସେ ଭୁବନେଶ୍ୱର ବାହାରୁଥିଲେ।

By amfnews

Related Post