Fri. Mar 6th, 2026

ସମୁଦ୍ରରେ ନ‌ିଖୋଜ ଛାତ୍ରଙ୍କ ଶବ ମିଳିଲା

464 Views

ପୁରୀ : ଗତକାଲି ସମୁଦ୍ର ସ୍ନାନ ସମୟରେ ନିଖୋଜ ହୋଇ ଯାଇଥିବା ଛାତ୍ରଙ୍କର ଶବ ଆଜି ନୂଆନଈ ମୁହାଣରୁ ଉଦ୍ଧା‌ର କରାଯାଇଛି। ପ୍ରକାଶ ଯେ, ବାଙ୍କି କଲେଜର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ପାରାଦୀପର ସ୍ଥିତିପ୍ରଜ୍ଞ ମଙ୍ଗରାଜ, ଅନୁଗୁଳର ରୀତେଶ ପ୍ରଧାନ ଓ କେନ୍ଦୁଝର ବିଶ୍ବନାଥ ହେମ୍ବ୍ରମ୍‌ଙ୍କ ସହ କେନ୍ଦ୍ରାପଡ଼ା ଇନ୍ଦୁପୁର ଧୂମାତ ଶାସନ ଗ୍ରାମର ଭାବଗ୍ରାହୀ ଦାଶଙ୍କ ପୁଅ ଭବରଞ୍ଜନ (୨୦) ଶୁକ୍ରବାର ବସ ଯୋଗେ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିଗବାରେଣୀ ଛକ ନିକଟକୁ ଯାଇ ସେଠାରେ ସମୁଦ୍ରରେ ଗାଧୋଇଥିଲେ। ଏହି ସମୟରେ ହଠାତ ଏକ ଲହଡ଼ି ଆସି ଭବରଞ୍ଜନଙ୍କୁ ସମୁଦ୍ରଗର୍ଭକୁ ଟାଣି ନେଇଥିଲା। ଅନ୍ୟମାନେ ଚିତ୍କାର କରିବାରୁ ଉପସ୍ଥିତ ଲାଇଫଗାର୍ଡମାନେ ସମୁଦ୍ରରେ ପଶି ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଭବରଞ୍ଜନଙ୍କର କୌଣସି ପତ୍ତା ମିଳି ନଥିଲା। ତେବେ ଆଜି ଭବରଞ୍ଜନଙ୍କର ଶବ ନୂଆନଈ ମୁହାଣରେ ଲାଗିଥିବା ଖବର ପାଇ ପେଣ୍ଠକଟା ମେରାଇନ ଥାନା ପୁଲିସ ସେଠାରୁ ମୃତଦେହ ଜବତ କରିଛି।

By amfnews

Related Post