Sat. Nov 23rd, 2024

ସମସ୍ତ ଡିଜେଲ ଯାନବାହାନ ଚଳାଚଳ ବନ୍ଦ ହେଲେ ନିଶ୍ୱାସ ନେଇ ପାରିବେ ଦିଲ୍ଲୀବାସୀ!

By amfnews Nov 17, 2018 #Featured
157 Views

ନୂଆଦିଲ୍ଲୀ, ନଭେମ୍ବର ୧୭ : ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ କ୍ରମାଗତ ଭାବରେ ପ୍ରଦୂଷଣ ହେବା ଚିନ୍ତାର ବିଷୟ ପାଲଟିଛି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପରିବେଶ ପ୍ରଦୂଷଣ କର୍ତ୍ତୃପକ୍ଷ ସହରର ଅବସ୍ଥା ସୁଧାରିବା ପାଇଁ ଉପାୟ ଚିନ୍ତା କରୁଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନେତୃତ୍ୱରେ ଗଠିତ ଟାକ୍ସ ଫୋର୍ସ ଅନୁସାରେ ଦିଲ୍ଲୀ ବାୟୁମଣ୍ଡଳର ଅବସ୍ଥା ସଂଶୋଧନ କରିବା ପାଇଁ ସମସ୍ତ ଡିଜେଲ ଯାନବାହାନ ଚଳାଳଚ ବନ୍ଦ କରାଯିବା ଦରକାର । ସିପିସିବି ଜୋର ଦେଇ କହିଛି ଯେ, ସିଏନଜି ଦ୍ୱାରା ପରିଚାଳିତ ଯାନବାହାନ ଚଳାଚଳ ବନ୍ଦ କରାଯିବାର ଆବଶ୍ୟକତା ନାହିଁ ।

ଟାକ୍ସ ଫୋର୍ସର ସଦସ୍ୟ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଟିକେ ଯୋଶୀ କହିଛନ୍ତି, ଦିଲ୍ଲୀ ଭଳି ମହାନଗରରେ ପ୍ରଦୂଷଣ ସ୍ତର ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚିଛି । କେବଳ ଡିଜେଲ ବାହାନ ଚଳାଚଳକୁ ବନ୍ଦ କରି ଦିଆଯାଉ । ଏହି କାମ କରାଗଲେ ଅବସ୍ଥା ସୁଧୁରିଯିବ । ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରିବାକୁ ହେଲେ ଏହା ହେଉଛି ଉତ୍ତମ ବ୍ୟବସ୍ଥା ।

ଟିକେ ଯୋଶୀ କହିଛନ୍ତି, ଟାକ୍ସ ଫୋର୍ସ ଗତ ବୈଠକରେ ଡିଜେଲ ବାହାନ ଚଳାଚଳ ନେଇ ଆଲୋଚନା କରିଥିଲା । ସେ କହିଛନ୍ତି, ଏପର୍ଯ୍ୟନ୍ତ ଏବାବାଦରେ କ’ଣ କରାଯିବ ଅନ୍ତିମ ନିଷ୍ପତ୍ତି ହୋଇ ନାହିଁ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ନଭେମ୍ବର ୧୯ ପର୍ଯ୍ୟନ୍ତ ବହୁତ ଖରାପ ରହିବାର ଆଶା କରାଯାଉଛି । ଡିଜେଲ ଦ୍ୱାରା ପରିଚାଳିତ ଯାନବାହାନ ଚଳାଚଳ ବନ୍ଦ କଲେ ମଧ୍ୟ ଅବସ୍ଥା ସୁଧୁରିବା ଭଳି ଜଣାପଡୁ ନାହିଁ ।

By amfnews

Related Post