Sun. Mar 8th, 2026

ସମସ୍ତ ଅପେକ୍ଷାରେ ଅନ୍ତ ଘଟିଲା; ପ୍ରଥମେ ଫିଲ୍‌ଡିଂ କରିବ ଭାରତ

275 Views

କଟକ: ସମସ୍ତ ଅପେକ୍ଷାରେ ଅନ୍ତ ଘଟିଛି। ଭାରତ ଓ ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଟସ୍‌ ପଡି ଯାଇଛି। ବାରବାଟୀ ପଡିଆରେ ଭାରତ ଟସ ଜିତିବା ପରେ ଫିଲ୍‌ଡିଂ ନିଷ୍ପତ୍ତି ନେଇଛି। ବାରବାଟୀ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାକୁ ୱେଷ୍ଟଇଣ୍ଡିଜ ଖେଳାଳି ପଡ଼ିଆକୁ ଓହ୍ଲାଇବେ। ଏପରି ସମୟରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି ବୋଲି ଜଣାପଡ଼ିଛି।

ତେବେ ତିନି ଟିକିଆ ମ୍ୟାଚରେ ୧-୧ରେ ଦୁଇ ଦଳ ବରାବର ଅଛନ୍ତି। ତେଣୁ ବାରବାଟୀ ମ୍ୟାଚ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଠିକ ଦିନ ଦେଢଟାରେ ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳି ପଡିଆକୁ ଓହ୍ଲାଇବେ । ଯାହାକୁ ଉତ୍କଣ୍ଠାର ସହ ପଡ଼ିଆର ଗ୍ୟାଲେରୀରେ ଖେଳପ୍ରେମୀ ଓ ଦର୍ଶକ ଅପେକ୍ଷା କରି ରହିଛନ୍ତି। ସେପଟେ କିଛି ସମୟ ପୂର୍ବରୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି କଟକ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳି ପହଞ୍ଚିଥିଲେ । ନିଜନିଜ ପସନ୍ଦର ଏହି ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତାରେ ଖେଳପ୍ରେମୀଙ୍କ ପ୍ରବଳ ଭିଡ ବି ଜମି ଥିବା ଦେଖିବାକୁ ମିଳିଥିଲା।

By amfnews

Related Post