Sat. Mar 7th, 2026

ସବରୀମାଳା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଶିବସେନାର ବିରୋଧ, ଆସନ୍ତାକାଲି ଆନ୍ଦୋଳନ!

368 Views

ଥିରୁଅନନ୍ତପୁରମ, ସେପ୍ଟେମ୍ବର ୩୦ : ସବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କୁ ପ୍ରବେଶ ଦେବା ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଶିବସେନା ଅସନ୍ତୁଷ୍ଟ ଦେଖାଯାଇଛି। ଶିବସେନାର କେରଳ ଶାଖା ଅକ୍ଟୋବର ୧ରେ ସମଗ୍ର ରାଜ୍ୟରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ସବରମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଦୀପକ ମିଶ୍ର ଐତିହାସିକ ରାୟ ଶୁଣାଇଥିଲେ। ଦେଶର ସର୍ବେଚ୍ଚ କୋର୍ଟ ଆଦେଶ ଦେଇଥିଲେ ଯେ, ସବୁ ବର୍ଗର ମହିଳାମାନେ ସବରୀମାଳା ମନ୍ଦିରକୁ ପ୍ରବେଶ କରିପାରିବେ।

ସବରୀମାଳାରେ ମହିଳାଙ୍କ ପ୍ରବେଶ ମାମଲାରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ରାୟ ପଢ଼ି କହିଥିଲେ ଯେ, ମହିଳାମାନଙ୍କ ମଧ୍ୟ ସମାଜରେ ସମାନ ଅଧିକାର ଅଛି। ଧର୍ମ ମାମଲାରେ ମହିଳାଙ୍କ ସମାନ ଅଧିକାର ଅଛି। ପୁରୁଣା ପରଂପରାରେ ପରିବର୍ତ୍ତନ ଆସିବା ଦରକାର।

ଏହି ମାମଲାର ଶୁଣାଣୀ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଅନ୍ୟ ୪ ଜଣ ଜଷ୍ଟିସ ଥିଲେ। ଗତ ଅଗଷ୍ଟରେ ଶୁଣାଣୀ ଶେଷ ହୋଇଥିଲା ଓ ରାୟ ସୁରକ୍ଷିତ ରଖାଯାଇ ଥିଲା। ମାମଲାରେ ଅନ୍ୟ ୪ ଜଣ ଜଷ୍ଟିସ ଥିବା ବେଳେ ୪-୧ ବହୁମତ ଆସିଥିଲା। ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ନରୀମନ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ସାମିଲ ଥିଲେ। ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ଅଭିଯୋଗ ଅନୁସାରେ ମନ୍ଦିରରେ ୧୦ରୁ ୫୦ ବର୍ଷ ବର୍ଗର ମହିଳାଙ୍କ ପ୍ରବେଶ କଟକଣା ଥିଲା। ଏଥିରେ ଯୁକ୍ତି ଥିଲା ଯେ, ମହିଳାଙ୍କ ମାସିକ ଧର୍ମ ସମୟରେ ତାଙ୍କୁ ଅପବିତ୍ର କୁହାଯାଇଥାଏ। ଏଭଳି ସ୍ଥିତିରେ ତାଙ୍କୁ ମନ୍ଦିରରେ ପ୍ରବେଶ ଦିଆଯାଇ ପାରିବ ନାହିଁ।

By amfnews

Related Post