Sat. Mar 7th, 2026

ସଫଳତା ପାଇ ନ ଥିବା ଏହି ଅଭିନେତ୍ରୀ ଗଣିଛନ୍ତି ସବୁଠାରୁ ଅଧିକ ଟିକସ

378 Views

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ସେ ଭଳି କୌଣସି ଆଖିଦୃଶିଆ ସଫଳତା ପାଇ ନ ଥିଲେ ବି ଐଶ୍ୱର୍ଯ୍ୟା ରାୟ ବଲିଉଡ୍ର ସବୁଠାରୁ ଅଧିକ ଟିକସ ଗଣିଥିବା ଅଭିନେତ୍ରୀ। ଗଲା ବର୍ଷ ଟିକସ ବାବଦରେ ସେ ୩ କୋଟି ଟଙ୍କା ଗଣିଥିଲେ। ତାଙ୍କ ତଳକୁ ଅଛନ୍ତି ଯଥାକ୍ରମେ କାଟ୍ରିନା କୈଫ୍ ଏବ˚ କରୀନା କପୂର ଖାନ୍। ଟିକସ ବାବଦରେ କାଟ୍ରିନାଙ୍କ ପକେଟ୍ରୁ ୨.୫ କୋଟି ଟଙ୍କା ଯାଇଥିବାବେଳେ କରୀନା ଦେଇଥିଲେ ୨.୨ କୋଟି ଟଙ୍କା। ସେହିପରି ଅଭିନେତାଙ୍କ ଭିତରେ ସର୍ବାଗ୍ରେ ଅଛନ୍ତି ଅକ୍ଷୟ କୁମାର। ସେ ୩୧ କୋଟି ଟଙ୍କା ଟିକସ ଦେଇଛନ୍ତି।

ସଲମାନ ଖାନ୍ ଓ ଶାହରୁଖ ଖାନ୍ ଯଥାକ୍ରମେ ୧୧କୋଟି ଏବ˚ ୧୦.୫ କୋଟି ଟଙ୍କା ଆୟକର ବିଭାଗରେ ପଇଠ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଅମିତାଭ ବଚ୍ଚନ ଟିକସ ଫାଙ୍କୁଥିବା କଳାକାର ବୋଲି ବେଳେ ବେଳେ ଖବର ବାହାରେ। ଏହା ସତ୍ତ୍ବେ ସେ ୫ କୋଟି ଦେଇଛନ୍ତି। ସଫଳ ଅଭିନେତା ସଲମାନ ଖାନ୍ ଓ ରଣବୀର କପୂର ୪.୫ କୋଟି ଓ ୪ କୋଟି ଲେଖାଏଁ ଟିକସ ଦେଇଛନ୍ତି। ସୈଫ ଅଲୀ ଖାନ ପଇଠ କରିଛନ୍ତି ୩ କୋଟି ଟଙ୍କା।  ଟିକସ ଫାଙ୍କୁଥିବା କୋଟିପତି କଳାକାର କିଛି କମ୍ ନ ଥିଲେ ହେଁ, ଏମାନେ ଟିକସ ଦେଇ ସଚ୍ଚୋଟ ନାଗରିକର ପରିଚୟ ଦେଇଛନ୍ତି।

By amfnews

Related Post