Sat. Nov 2nd, 2024

ସତ ହେଲା ଗୁଇନ୍ଦା ସୂଚନା, କେରଳରୁ ଧରାପଡ଼ିଲେ ରୋହିଙ୍ଗ୍ୟା ଶରଣାର୍ଥୀ

By amfnews Oct 3, 2018 #Featured
134 Views

ଚେନ୍ନାଇ : ରେଳ ଜରିଆରେ ଶହଶହ ସଂଖାରେ ରୋହଙ୍ଗ୍ୟା ଶରଣାର୍ଥୀ କେରଳ ଓ ତାମିଲନାଡୁକୁ ମାଡ଼ି ଆସୁଥିବା ଗୁଇନ୍ଦା ସୂଚନା ପାଇ ସତର୍କ ଥିବା ଆରପିଏଫ ପୁଲିସ ଗତକାଲି କେରଳର ଥିରୁଅନନ୍ତପୁରମ ଠାରେ ୫ ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ଏହି ୫ ଜଣ ଧରାପଡ଼ିବା ପରେ ଗୁଇନ୍ଦା ବିଭାର ସୂଚନା ସତ୍ୟ ହୋଇଥିବାରୁ କେରଳ ଓ ତାମିଲନାହଉର ଆରପିଏଫମାନେ ଅଧିକ ସତର୍କ ହୋଇ ଉଠିଛନ୍ତି।
ଦେଶର ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକୁ ମାଡ଼ି ଆସୁଛନ୍ତି ରୋହଙ୍ଗ୍ୟା ଶରଣାର୍ଥୀ । ଏହିପରି ଏକ ଗୁଇନ୍ଦା ସୂଚନା ପାଇବା ପରେ ଦକ୍ଷିଣ ରେଳବାଇ ପକ୍ଷରୁ ଏହା ଅଧିନରେ ଥିବା ସମସ୍ତ ରେଳବାଇ ଡିଭିଜନରେ ମୂତୟନ ଆରପିଏଫ୍‌ ଜବାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇ ଥିଲା। ଏଥିରେ ଉତ୍ତରପୂର୍ବ ରାଜ୍ୟରୁ ରେଳବାଇ ଯୋଗେ କେରଳକୁ ମାଡ଼ି ଆସୁଥିବା ରୋହିଙ୍ଗ୍ୟା ମାନଙ୍କୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା। ଏହି କ୍ରମରେ ମଙ୍ଗଳବାର ଦିନ କେରଳର ଥିରୁଅନନ୍ତପୁରମ ଠାରେ ପୁଲିସ ୫ ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ସେମାନେ ଦିଲ୍ଲୀରେ ପହଞ୍ଚି ସେଠାରୁ ହାଇଦ୍ରାବାଦ ଓ ପରେ କେରଳରେ ପହଞ୍ଚିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଦକ୍ଷିଣ ରେଳବାଇର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଚେନ୍ନାଇ, ମଦୁରାଇ ଓ ସଲିମ,ତ୍ରିଭେନ୍ଦ୍ରମ, ପାଲଘାଟ, ତିରୁଚିରାପଲ୍ଲୀ ରେଳବାଇ ଡିଭିଜନର ସୁରକ୍ଷା କମିସନଙ୍କୁ ଚିଠି ଲେଖି ରୋହିଙ୍ଗ୍ୟା ଶରଣାର୍ଥୀମାନେ ଉତ୍ତରପୂର୍ବାଞ୍ଚଳ ରାଜ୍ୟରୁ ପଶ୍ଚିମବଙ୍ଗ ଓ ଆସାମରୁ ବିଭିନ୍ନ ଟ୍ରେନ୍‌ ଯୋଗେ ତାମିଲନାଡୁ ଓ କେରଳକୁ ଆସୁଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା।ଏହି ରୋହିଙ୍ଗ୍ୟାମାନେ ନିଜ ପରିବାର ସହିତ ଦଳବଦ୍ଧ ହୋଇ ଟ୍ରେନ୍‌ରେ ଆସୁଥିବା କୁହାଯାଇଥିଲା। ସୂଚନାଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବେଆଇନ ଅନୁପ୍ରବେଶକାରୀ ବୋଲିି କହିବା ସହିତ ସେମାନଙ୍କ ଗତିବିଧି ଉପର ନଜର ରଖି ସେମାନଙ୍କୁ ମିଆଁମାର ପଠାଇଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ କେନ୍ଦ୍ରୀୟ ସଂସ୍ଥା ଠାରୁ ଏହି ଗୁଇନ୍ଦା ସୂଚନା ପାଇ ଆରପିଏଫ ପକ୍ଷରୁ ଥିରୁଅନନ୍ତପୁରମ ଷ୍ଟେସନରେ ଓହ୍ଳାଇଥିିବା ଏହି ମିଆଁମାର ରିଫ୍ୟୁଜି ରୋହିଙ୍ଗ୍ୟାମାନଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛି। ପୁଲିସର ପ୍ରାଥମିକ ତଦନ୍ତିରୁ ଜଣାଯାଇଛି ଯେ ଏହି ରୋହିଙ୍ଗ୍ୟାମାନେ ପ୍ରଥମେ ଉତ୍ତରପୂର୍ବ ରାଜ୍ୟରୁ ଯାଇ ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରୁ ହାଇଦ୍ରାବାଦଯାଇ ଟ୍ରେନ ଧରି କେରଳର ପହଞ୍ଚିିଛନ୍ତି।

By amfnews

Related Post