Thu. Dec 26th, 2024

ସଟଡାଉନରେ ସାବଡ଼ ହେବେ ଅମାନିଆ, ଟ୍ୱିନସିଟିରେ 68ଟି ସ୍ଥାନରେ ପୋଲିସର ଚେକ୍ ପଏଣ୍ଟ

By amfnews Apr 24, 2021 #Featured
121 Views

ଭୁବନେଶ୍ୱର, ଏପ୍ରିଲ୍ ୨୪ :  ଆଜି ସକାଳ 5 ଟାରୁ ସାରା ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇଛି ।  ଟ୍ୱିନସିଟିରେ ଅମାନିଆଙ୍କୁ ସାବଡ଼ କରିବ କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସୋମବାର ସକାଳ ଯାଏ ବଳବତ୍ତର ରହିବ ସଟଡାଉନ୍ କଟକଣା ।  ଟ୍ୱିନସିଟିରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଚେକ୍ ଦେବା ପାଇଁ କଟକଣାକୁ କଡ଼ାକଡ଼ି ପାଳନ କରାଯିବ ।  ଶନିବାର ଓ ରବିବାର ସକାଳ 5ଟାରୁ 6ଟା ଯାଏ ମର୍ଣ୍ଣିଂ ୱାକ୍ ପାଇଁ ଗୋଟିଏ ଘଣ୍ଟା କଟକଣା କୋହଳ ହେଉଛି । ସପ୍ତାହନ୍ତ ସଟଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ପରିଚୟପତ୍ର ଦେଖାଇବା ପରେ ପୋଲିସ ସେମାନଙ୍କୁ ଯିବାକୁ ଅନୁମତି ଦେବ ।ଅନ୍ୟ କାହାରିକୁ କଟକଣା ରୁ ମୁକ୍ତ କରାଯିବ ଯିବନାହିଁ ।  

କୋଭିଡ୍ କଟକଣାର କଡ଼ା ଅନୁପାଳନ ପାଇଁ କମିଶନରେଟ୍ ପୋଲିସ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଟ୍ୱିନସିଟିରେ 68ଟି ସ୍ଥାନରେ କମିଶନରେଟ ପୋଲିସ ପକ୍ଷରୁ ଚେକିଂ କରିବାକୁ ନିଷ୍ପତି ହୋଇଛି । କଟକର 25ଟି ଏବଂ ଭୁବନେଶ୍ୱରରେ 43ଟି ସ୍ଥାନରେ ପୋଲିସ ପକ୍ଷରୁ ଚେକ୍ ପଏଣ୍ଟ କରାଯାଇଛି । ଏହି ସମୟରେ ଲୋକଙ୍କ ଯାତାୟତ ଉପରେ ନଜର ରଖାଯିବ । କଟକରେ 12 ପ୍ଲାଟୁନ ଫୋର୍ସ ଓ 100 ଅଫିସର ନଜର ରଖିବେ, ଭୁବନେଶ୍ବରରେ 20 ପ୍ଲାଟୁନ ଫୋର୍ସ ଓ 150 ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ।

ପୋଲିସ୍ ପାଟ୍ରୋଲିଂ କରି ସଟଡାଉନକୁ ଠିକ୍ ଭାବେ କାର୍ଯ୍ୟ କରିବ । ଲୋକମାନେ ଏଥିରେ ପୋଲିସକୁ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ଏହି ସମୟରେ କେଉଁ ମାନେ ଅମାନିଆ ହୋଇ ସଟଡାଉନ ନିୟମ ଉଲଙ୍ଘନ କଲେ ସେମାନଙ୍କ ଉପରେ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।  

By amfnews

Related Post