Sat. Mar 7th, 2026

ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

205 Views

ଭୁବନେଶ୍ୱର : ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ଦାୟିତ୍ୱ ସହିତ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି।

ନୂଆ ଦାୟିତ୍ୱ ମିଳିବା ପରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ଯୋଜନା ବୋର୍ଡକୁ ନୂଆ ରୂପ ଦିଆଯିବ। ସେ କହିଛନ୍ତି, “ଯୋଜନା ବୋର୍ଡକୁ କିପରି ଅଧିକ କ୍ରିୟାଶୀଳ କରି ହେବ ସେ ନେଇ ଆଲୋଚନା କରିବି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବି ଆଲୋଚନା କରିବି। ଏହାକୁ ଆପଣମାନେ ଏକ ନୂଆ ରୂପ ଓ କଳେବରରେ ଦେଖିବାକୁ ପାଇବେ।”

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ସେ ହାରି ଯାଇଥିଲେ। ବ୍ରହ୍ମଗିରି ଆସନରୁ ବିଜେଡି ଟିକେଟ୍‌ରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ଦାସବର୍ମା ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ।

By amfnews

Related Post