Sat. Mar 7th, 2026

ସଜାଗ ରୁହ ନଚେତ ଦୁର୍ଦଶା ଭୋଗିବ: କୋଭିଡ୍-୧୯ ଯୁଦ୍ଧ ବିଷୟରେ ସିଡିଏସ୍ ଜେନେରାଲ୍ ରାୱତଙ୍କ ବାର୍ତ୍ତା

187 Views

ନୂଆଦିଲ୍ଲୀ: ଭାରତର “ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତଙ୍କର ବିଶ୍ୱାସ ଯେ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ଭାରତ “କୋଭିଡ୍-୧୯’ ଶୃଙ୍ଖଳ ଛିନ୍ନ କରିବା ଉଚିତ । ଲକଡାଉନ୍ ଏବଂ ସାମାଜିକ ଦୂରତ୍ୱ ମାଧ୍ୟମରେ ଭୂତାଣୁ ଶୃଙ୍ଖଳ ଛିନ୍ନ ନ କରାଗଲେ ଦୀର୍ଘ ଦିନ ଯାଏଁ ଏହି ମହାମାରୀର ପରିଣାମ ଭୋଗ କରିବାକୁ ପଡ଼ିବ ।

ସେନାବାହିନୀର ସଙ୍କଳ୍ପ ବାର୍ତ୍ତା “ସଜାଗ ରୁହ ନଚେତ ମରିବ’କୁ କୋରୋନାଭାଇରସ୍ ସଂକଟ ସମୟରେ ମାର୍ଜିତ କରି ସେ କହିଛନ୍ତି ଯେ “ସଜାଗ ରୁହ ନଚେତ ଦୁର୍ଦଶା ଭୋଗିବ’।

ଟେଲିଫୋନ୍ ଯୋଗେ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ଏପ୍ରିଲ୍ ୧୪ ତାରିଖ ସୁଦ୍ଧା ଶତପ୍ରତିଶତ ଲକଡାଉନ୍ ଏବଂ ସାମାଜିକ ଦୂରତ୍ୱ ମାଧ୍ୟମରେ ଆମେ କରୋନାଭାଇରସ୍ ବିସ୍ତାରକୁ ରୋକିବା ଉଚିତ । ଫସଲ ଅମଳ ସମୟ ଆସୁଥିବାରୁ ଭାରତ ଆଉ ଲକଡାଉନ୍ ସମୟ ଅବଧି ବଢ଼ାଇ ପାରିବନାହିଁ । ଜନତା ଓ ସରକାରଙ୍କ ଦାବି ପୂରଣ କରିବାକୁ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।

ସେ ଆହୁରି କହିଛନ୍ତି ଯେ ସଂକ୍ରମିତଙ୍କ ସେବା ନିମନ୍ତେ ବାୟୁସେନା ଓ ନୌସେନା ୧୭/୧୮ ଡାକ୍ତରଖାନା ଉତ୍ସର୍ଗ କରି ପୂରା ଦମରେ କାର୍ଯ୍ୟରେ ଲାଗିଛି । ଏହି ଡାକ୍ତରଖାନାମାନଙ୍କର ଶଯ୍ୟା ସଂଖ୍ୟା ୧୫୦୦୦କୁ ବୃଦ୍ଧି କରାଯାଇଛି । ଏହାଛଡ଼ା ସେନାବାହିନୀ ଓ ତା’ର ଡାକ୍ତରମାନେ ସର୍ବଦା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗ ରଖିଛି ।

By amfnews

Related Post