Fri. Jan 10th, 2025

ସଚ୍ଚିନଙ୍କୁ ଆଇସିସିର ବଡ ସମ୍ମାନ, ହଲ ଅଫ ଫେମରେ ସାମିଲ ହେଲେ ମାଷ୍ଟର ବ୍ଲାଷ୍ଟର

By amfnews Jul 19, 2019 #Featured
146 Views

ନୂଆଦିଲ୍ଲୀ : ଆଇସିସି ଭାରତର ମହାନ ବ୍ୟାଟସମ୍ୟାନ ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏକ ବଡ ସମ୍ମାନ ପ୍ରଦାନ କରିଛି । ଆଇସିସି ମାଷ୍ଟର ବ୍ଲାଷ୍ଟରଙ୍କୁ ହଲ ଅଫ ଫେମରେ ସାମିଲ କରିଛି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚିନଙ୍କ ବ୍ୟତୀତ ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର କ୍ୟାଥେରିନଙ୍କୁ ଏହି ସମ୍ମାନ ଦେଇଛି ।  ସଚ୍ଚିନ ଏହି ସମ୍ମାନ ପାଇବାରେ ଷଷ୍ଠ ଭାରତୀୟ ହୋଇଛନ୍ତି । ଏହା ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍ପର, ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିଲା ।

ଆଇସିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୁ ସାହାନୀ କହିଛନ୍ତି, ୨୦୧୯ ପାଇଁ ଆଇସିସି କ୍ରିକେଟ ହଲ ଅଫ ଫେମରେ ସଚିନ, ଏଲନ ଏଭଂ କେଥରିନଙ୍କ ନାମ ଘୋଷଣା କରିଛି ।

ଅବସର ନେବାର ୫ ବର୍ଷ ମିଳେ ଏହି ସମ୍ମାନ

ସଚିନ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ରେକର୍ଡ ରନ ପ୍ରତିଷ୍ଠା କରିଛନ୍ତି । ଏହି କ୍ଲବରେ ସାମିଲ ହେବା ପାଇଁ ସଚିନ ଆଇସିସିର ମାପଦଣ୍ଡକୁ ପୂରଣ କରିଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଏଥିରେ ସାମିଲ କରାଯାଇଥିଲା । ଆଇସିସିର ଗାଇଡଲାଇନ ଅନୁସାରେ ଏହି କ୍ଲବରେ ସେହି ଖେଳାଳି ସାମିଲ ହୋଇପାରିବେ ଯେଉଁମାନେ ଅତି କମରେ ୫ ବର୍ଷ ହେଲା ଅନ୍ତର୍ଯାତୀୟ କ୍ରିକେଟରୁ ଅବସର ନେଇସାରିଥିବେ । ସଚିନ ନିଜର ଶେଷ ଟେଷ୍ଟ ୨୦୧୩ରେ ଖେଳିଥିଲେ ।

ଏହି ଅବସରରେ ସଚିନ ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି ତାଙ୍କ ସହ ରହିଥିଲେ ସେମାନଙ୍କୁ ଧନ୍ୟବାଦ । ଏହାସହ ସେ ତାଙ୍କ ମାତା, ପିତା, ଭାଇ, ପତ୍ନୀ ଏବଂ କୋଚ ରମାକାନ୍ତ ଆଚରେକରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

By amfnews

Related Post