101 Views
ନୂଆଦିଲ୍ଲୀ, ନଭେମ୍ବର ୧୬, ଦିଲ୍ଲୀ ସଚିବାଳୟ ଭିଆଇପି ପାର୍କିଂରେ ଶୁକ୍ରବାର ସକାଳେ ପୋଲିସର ଏକ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ଏହି ଅଂଚଳରେ ଆତଙ୍କ ଖେଳିଯାଇଛି । ସୂଚନା ଯୋଗ୍ୟ କି, ଏହି ଘଟଣା ସକାଳ ପ୍ରାୟ ସାଢେ ୫ଟା ବେଳେ ଘଟିଛି । ମୃତ୍ୟୁ ବରଣ କରିଥିବା ପୋଲିସ କନେଷ୍ଟବଳ ଜଣକ ହେଲେ ଦିଲ୍ଲୀ ପୋଲସର ସିପାହୀ ସୋମବୀର ।
ଯେଉଁ ସମୟରେ ସୋମବୀର ଆତ୍ମହତ୍ୟା କରିଥିଲେ, ସେତବେଳେ ସେ ଡ୍ୟୁଟିରେ ନିୟୋଜିତ ଥିଲେ । ବର୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ପୋଲିସ ମାମଲର ତଦନ୍ତରେ ଲାଗିଛି । ସନ୍ଦେହ କରାଯାଉଛି କି, ପରିବାର କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରା ଉଚୁରା କରିଛି ।