Sat. Nov 23rd, 2024

ସଙ୍ଗରୋଧ କେନ୍ଦ୍ରରେ ନ ରହି ସୁରତ ଫେରନ୍ତା ଦମ୍ପତି ଗାଁରେ ବୁଲିଲେ

By amfnews May 16, 2020 #Featured
130 Views

ବାଲେଶ୍ୱର: ସଙ୍ଗରୋଧ କେନ୍ଦ୍ରରେ ନ ରହି ସୁରତ ଫେରନ୍ତା ଦମ୍ପତି ଆସି ଗାଁରେ ବୁଲିବା ଘଟଣା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠୁ ବଡ଼ କଥା ହେଲା ଯେ ଏହାର ପ୍ରତିବାଦ କରିବାରୁ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହା ଫଳରେ ଗାଁରେ ଧାରଣାରେ ବସିଲେ ଗ୍ରାମବାସୀ ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକରେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବଡ଼ ନୂଆଗାଁ ପଞ୍ଚାୟତର ପିହାଣଗଡ଼ିଆ ଗାଁର ଏକ ଦମ୍ପତି ଗତକାଲି ସୁରତରୁ ଫେରିଥିଲେ । ସେମାନେ ସଙ୍ଗରୋଧ କେନ୍ଦ୍ରରେ ନ ରହି ସିଧା ଆସିଥିଲେ ଗାଁକୁ ।
ଆଉ ଗାଁରେ ବୁଲାବୁଲି କରିଥିଲେ । ଏପରିକି ସରପଞ୍ଚଙ୍କ କଥାକୁ ଅଗ୍ରାହ୍ୟ କରି ଗ୍ରାମବାସୀଙ୍କ ସହିତ ମିଶିଥିଲେ । ଏହାକୁ ପ୍ରତିବାଦ କରିବାରୁ ଏହି ଦମ୍ପତି ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଧାରଣାରେ ବସିଥିଲେ । ଗତକାଲି ସଂଧ୍ୟା ସୁଦ୍ଧା ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ ଗାଡ଼ିକୁ ମଧ୍ୟ ଅଟକ ରଖିଥିଲେ ବୋଲି ସୂଚନା ମିଳିଛି ।

By amfnews

Related Post