Sat. Mar 7th, 2026

ସଇଁତଳା: ବସ- ବାଇକ ମୁହାଁମୁହିଁ ଧକ୍କା, ୩ ବାଇକ୍‌ ଆରୋହୀ ମୃତ

420 Views

ସଇଁତଳା, ନଭେମ୍ବର ୧୯: ଗତକାଲି ବିଳମ୍ବିତ ରାତିର ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ଦିଲଖୁସ୍‌ ନାମକ ଏକ ଘରୋଇ ବସ ସହିତ ଏକ ବାଇକର ମୁହାଁମୁହିଁ ଧକ୍କା ହେବା ପଳରେ ଘଟଣାସ୍ଥଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ପରିଚୟ ମିଳି ନ ଥିବାବେଳେ ଦୁର୍ଘଟଣା ପରେ ବସ୍‌୍‌ର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୁଲିସ ବସଟିକୁ ଜବତ କରିବା ସହିତ ମୃତଦେହଗୁଡ଼ିକୁ ବ୍ୟବଛେଦ ପାଇଁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିସାଳୟକୁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଭବାନୀ ପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦିଲଖୁସ୍‌ ନାମକ ଏକ ନାଇଟ୍‌ କୋଚ୍‌ ବସ ବଲାଙ୍ଗୀର- କଳାହାଣ୍ଡିି ୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ କେସିଙ୍ଗା ଅଭିମୁଖେ ବାଇକ୍‌ରେ ଯାଉଥିବା ୩ ଜଣଙ୍କ ସହିତ ସଇଁତଳା ଥାନା ଲୁହୁରାପାଲି ଗାଁ ନିକଟରେ ସାମ୍‌ନା ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଇଁତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ଆଜି ସକାଳେ ମୃତଦେହଗୁଡ଼ିକର ବ୍ୟବଛେଦ ପାଇଁ ବଲାଙ୍ଗୀରକୁ ପଠାଯାଇଛି। ଗୁରୁତ୍ୱପୂୂର୍ଣ୍ଣ ହେଉଛି ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଜଣ ବାଇକ ଆରୋହୀଙ୍କର କୌଣସି ପରିଚୟ ମିଳି ନାହିଁ। ଫଳରେ ସେମାନଙ୍କ ପରିବାର ଲୋକେ ଏ ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ପାଇ ନାହାଁନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକ୍‌ର ରେଜିଷ୍ଟେସନ ନମ୍ବରକୁ ଭିତ୍ତି କରି ମୃତକମାନଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଚଳାଇଛି।

By amfnews

Related Post