ନାଗପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ଭାରତରେ ସଂସ୍କୃତ ଭାଷାର ମହତ୍ୱ ସଂପର୍କରେ କହିଛନ୍ତି । ଭାରତକୁ ସଂପୂର୍ଣ୍ଣ ଭାବେ ବୁଝିବାକୁ ହେଲେ ସଂସ୍କୃତ ଭାଷାର ଜ୍ଞାନ ରହିବା ଦରକାର ବୋଲି ସେ କହିଛନ୍ତି ।
ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଭାଗବତ କହିଛନ୍ତି, ଭିମରାଓ ଆମ୍ବେଦକର ସଂସ୍କୃତ ଶିଖି ନପାରି ନିରାଶ ହୋଇଥିଲେ ବୋଲି କହିଥିଲେ । ଏହା ଦେଶର ପରମ୍ପରା ବିଷୟରେ ଜାଣିବା ପାଇଁ ମୁଖ୍ୟ କାରକ ଅଟେ । ଦେଶର ଜନଜାତି ଭାଷାଠାରୁ ଆରମ୍ଭ କରି ସମସ୍ତ ଭାଷାରେ ଅତି କମରେ ୩୦ ପ୍ରତିଶତ ସଂସ୍କୃତ ଶବ୍ଦ ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଏପରି କୌଣସୀ ଭାଷା ନାହିଁ ଯାହାକୁ ତିନିରୁ ଚାରି ମାସ ମଧ୍ୟରେ ପଢାଯାଇ ପାରିବ । ଯଦି ଆମେ କୌଣସୀ ଭାଷାକୁ ପ୍ରଥମଥର ପାଇଁ ଶୁଣୁଛେ ଏବଂ କହୁଥିବା ବ୍ୟକ୍ତି ଏହାକୁ ଧିରେ କହୁଛି ତେବେ ଆମେ ତାହାର ଭାବନାକୁ ବୁଝିପାରିବା । ଏହାର କାରଣ ହେଉଛି ସଂସ୍କୃତ । ସଂସ୍କୃତ ସମସ୍ତ ଭାଷାକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ ।