Sat. Mar 7th, 2026

ସଂସଦରେ ଲାଗିବ ଅଟଳ ବିହାରୀ ବାଜପେୟୀଙ୍କ ‘ଲାଇଫ୍‌ ସାଇଜ୍‌’ ତୈଳଚିତ୍ର, ଫେବ୍ରୁଆରି ୧୨ରେ ଉନ୍ମୋଚନ କରିବେ ରାଷ୍ଟ୍ରପତି

391 Views

ନୂଆଦିଲ୍ଲୀ.06, Feb. 2019: ଆସନ୍ତା ଫେବ୍ରୁଆରି ୧୨ ତାରିଖରେ ବିଜେପିର ତୁଙ୍ଗ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ଏକ ଲାଇଫ୍‌ ସାଇଜ୍‌ ଚିତ୍ର ସଂସଦର ସେଣ୍ଟ୍ରାଲ ହଲ୍‌ରେ ଲଗାଯିବ । ଏହି ତୈଳଚିତ୍ରକୁ ରାଷ୍ଟ୍ରପତି ରାମ୍‌ନାଥ କୋବିନ୍ଦ ଉନ୍ମୋଚନ କରିବେ ବୋଲି ଜଣା ପଡ଼ିଛି । ଉନ୍ମୋଚନ ସମୟରେ ସେଣ୍ଟ୍ରାଲ ହଲ୍‌ରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହିବେ।

ସୂଚନା ମୁତାବକ, ଗୋଓ୍ଵାଲିୟରରେ ଡିସେମ୍ବର ୨୫,୧୯୨୪ରେ ଜନ୍ମଗ୍ରହଣ କରି ଅଗଷ୍ଟ ୧୬, ୨୦୧୮ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା ଅଟଳ ବିହାରୀ ବାଜପେୟୀ ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ପ୍ରଥମେ ସେ ୧୯୯୬ରେ ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଦ୍ୱିତୀୟ ଥର ସେ ୧୯୯୮-୧୯୯୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ତୃତୀୟ ଥର ପାଇଁ ୧୯୯୯-୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ ।

By amfnews

Related Post