Tue. Nov 5th, 2024

ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ, ୨୦୧୯-୨୦ରେ ଆର୍ଥିକ ଅଭିବୃଦ୍ଧି ୭% ରହିବ

By amfnews Jul 4, 2019 #Featured
142 Views

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମ ଅର୍ଥନୈତିକ ସର୍ଭେ ଅଟେ ।

ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବ ବୋଲି ଅଟକଳ କରାଯାଇଛି । ତେବେ ୨୦୨୫ ସୁଦ୍ଧା ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ପାଇଁ ଆମକୁ ବାର୍ଷିକ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେବ ବୋଲି ଏଥିରେ କୁହାଯାଇଛି । ରାଜନୈତିକ ସ୍ଥିରତା ଦେଶର ଅର୍ଥନୀତିକୁ ଦ୍ରୁତ ଅଭିବୃଦ୍ଧି ପ୍ରଦାନ କରିବ । ନିର୍ବାଚନ ଜନିତ କାର୍ଯ୍ୟକଳାପ ଯୋଗୁଁ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଅର୍ଥନୀତିର ଅଭିବୃଦ୍ଧି କିଛିଟା ଧୀମା ହୋଇଥିଲା ବୋଲି ସର୍ଭେରେ ସ୍ୱୀକାର କରାଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ ପରିମାଣ ୬.୪% ଥିବାବେଳେ ୨୦୧୮-୧୯ରେ ତାହା ୫.୮%କୁ ହ୍ରାସ ପାଇବା ଏକ ଶୁଭ ସଂକେତ ବୋଲି ଏଥିରେ କୁହାଯାଇଛି । ଅନ୍ୟପକ୍ଷରେ ୨୦୧୯-୨୦ରେ ବିଶ୍ୱ ବଜାରରେ ତେଲ ଦର ହ୍ରାସ ପାଇବା ଏକ ଶୁଭ ସଂକେତ ବୋଲି ଏଥିରେ କୁହାଯାଇଛି ।

By amfnews

Related Post