ଭୁବନେଶ୍ବର, ଜାନୁଆରୀ ୧୬ : ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ସଂଖ୍ୟା ଚିହ୍ନିପାରୁ ନାହାନ୍ତି। ପ୍ରାଥମିକ ଶିକ୍ଷାର ଏଭଳି ଦୟନୀୟସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶା ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ। ଗ୍ରାମାଞ୍ଚଳ ବିଦ୍ୟାଳୟ ଓ ଶିକ୍ଷାର ସ୍ଥିତି ଜାଣିବା ପାଇଁ ଆସର୍(ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ) ପକ୍ଷରୁ ହୋଇଥିବା ସର୍ଭେରେ ଏଭଳି ଉଦବେଗଜନକ ତଥ୍ୟ ପଦାକୁ ଆସିଛି। ରିେପାର୍ଟ କହୁଛି, ପଞ୍ଚମ ଶ୍ରେଣୀର ୩.୨% ପିଲା ୧-୯ ପର୍ଯ୍ୟନ୍ତ ସ˚ଖ୍ୟା ଚିହ୍ନିପାରୁ ନାହାନ୍ତି। ୧୩.୮% ପିଲା ତା’ଠାରୁ ଉପର ସ˚ଖ୍ୟାଗୁଡ଼ିକୁ ଚିହ୍ନଟ କରିପାରୁ ନାହାନ୍ତି। ୩୩.୧% ଛାତ୍ରଛାତ୍ରୀଙ୍କୁ ଫେଡ଼ାଣ ଜଣାନାହିଁ। ଆଉ ଫେଡ଼ାଣ କରିପାରୁଥିବା ୨୪.୫% ଛାତ୍ରଛାତ୍ରୀ ହରଣରେ ଦୁର୍ବଳ। ରିେପାର୍ଟ ଦର୍ଶାଉଛି, ପଞ୍ଚମ ଶ୍ରେଣୀର ୫୮% ପିଲା ଦ୍ବିତୀୟ ଶ୍ରେଣୀ ପାଠ ପଢ଼ିବାରେ ସମର୍ଥ ଅଟନ୍ତି। ୨୦୧୬ରେ ଏହି ସ˚ଖ୍ୟା ୫୧% ରହିଥିଲା।
ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି। ୫ମ ଶ୍ରେଣୀର ଯେଉଁ ପିଲାମାନେ ତିନି ଅଙ୍କର ହରଣ କରିପାରୁଛନ୍ତି ସେମାନଙ୍କ ସଂଖ୍ୟା ପ୍ରାୟ ୨୫%। ଅଷ୍ଟମ ଶ୍ରେଣୀ ପିଲାଙ୍କ େକ୍ଷତ୍ରରେ ଏହା ୪୨.୬% ରହିଛି, ଯାହା ୨୦୧୬ରେ ୩୯.୬% ଥିଲା। ଅଧିକା˚ଶ ରାଜ୍ୟରେ ଏହି ଧରଣର ହରଣ ୩ୟ ଓ ୪ର୍ଥ ଶ୍ରେଣୀ ପାଠ୍ୟଖସଡ଼ାର ଏକ ଅ˚ଶ ଅଟେ। ୧୪ରୁ୧୬ ବର୍ଷର ଯେଉଁ ପିଲାମାନେ ହରଣ କରିପାରୁଛନ୍ତି ସେମାନଙ୍କୁ ନିତିଦିନ ଜୀବନରେ ବ୍ୟବହୃତ ହେଉଥିବା ଗଣିତ ପଚରା ଯାଇଥିଲା। ଯେପରିକି ସମୟର ହିସାବ, ଏକକ ନିୟମ ବ୍ୟବହାର, ରିହାତି ହିସାବ ଇତ୍ୟାଦି। ପ୍ରାୟ ୪୭% ପିଲା ସମୟ ପ୍ରଶ୍ନର ଉତ୍ତର ସଠିକ୍ ଭାବେ ଦେଇଥିବା ବେଳେ ୩୩.୨% ପିଲା ରିହାତି ହିସାବ କରିପାରୁଛନ୍ତି।
ସରକାରୀ ବିଦ୍ୟାଳୟର ୫ମ ଶ୍ରେଣୀର ୨୩.୮% ଛାତ୍ରଛାତ୍ରୀ ହରଣ କରିପାରୁ ଥିବାବେଳେ ଘରୋଇ ସ୍କୁଲରେ ଏହା ୪୩.୨% ରହିଛି। ଅଷ୍ଟମ ଶ୍ରେଣୀରେ ସରକାରୀ ବିଦ୍ୟାଳୟର ୪୧.୭% ଓ ଘରୋଇ ବିଦ୍ୟାଳୟର ୫୯.୪% ଛାତ୍ରଛାତ୍ରୀ ହରଣ କରିପାରୁଛନ୍ତି। ୩ୟ ଶ୍ରେଣୀରେ ସରକାରୀ ବିଦ୍ୟାଳୟର ୨୮.୩% ଓ ଘରୋଇ ବିଦ୍ୟାଳୟର ୪୯.୩% ଛାତ୍ରଛାତ୍ରୀ ଫେଡ଼ାଣ କରିପାରୁଛନ୍ତି। ପାଖାପାଖି ୭୩.୯% ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ କିମ୍ବା ତା’ଠାରୁ ଅଧିକ ଶ୍ରେଣୀ ପିଲାଙ୍କ ସହ ବସି ସ୍କୁଲରେ ପଢ଼ୁଛନ୍ତି। ସର୍ଭେରେ ଛାତ୍ରଛାତ୍ରୀ-ଶିକ୍ଷକଙ୍କ ଅନୁପାତକୁ ବି ଆକଳନ କରାଯାଇଛି। ଗସ୍ତ ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୮୨% ଥିବା ବେଳେ ଶିକ୍ଷକଙ୍କ ଉପସ୍ଥାନ ୯୪.୪% ରହିଥିଲା। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୮୦.୧% ଓ ଶିକ୍ଷକଙ୍କ ଉପସ୍ଥାନ ୯୨.୭% ଥିଲା। ୮୯.୯% ସ୍କୁଲରେ ମଧ୍ୟହ୍ନଭୋଜନ ରାନ୍ଧିବା ପାଇଁ ରୋଷେଇ ଘର ରହିଛି। ୮% ସ୍କୁଲରେ ପାନୀୟ ଜଳ ସୁବିଧା ନାହିଁ।