Fri. Apr 18th, 2025

ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଉଲ୍ଲେଖନୀୟ ସଞ୍ଚୟ ହାସଲ

rklsanchar@gmail.com' By J.N. Pradhan Jul 26, 2018 #Featured
223 Views

ରାଉରକେଲା, ୨୬/୭  : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁ ନଷ୍ଟ ୋଇ ପଡିରହିଥିବା ଏକ ଟ୍ରେଲଣ୍ ବଡିକୁ ସଫଳତାର ସହ ପୁନଃଉଦ୍ଧାର କରି ଏହାକୁ କାର୍ଯ୍ୟକ୍ଷମ କରାଯାଇପାରିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଟ୍ରେଲର୍ର ହୁଇଲ ଏକ୍ସେଲ୍ ଘୂର୍ଣ୍ଣନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଥିଲା ଏବଂ ଏହାର ଓରିଜିନାଲ ଇଂଜିନ୍ ହେଡ୍ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ରହିଥିଲା ।

ଉକ୍ତ ବିଭାଗର କର୍ମଚାରୀମାନେ ଏହି ଆହ୍ୱାନମୂଳକ କାର୍ଯ୍ୟକୁ ହାତକୁ ନେଇ ସଫଳତାର ସହ ସୁରକ୍ଷିତ ଭାବେ ଏହାର ଢାଞ୍ଚାକୁ ବଦଳାଇବା ସହ ଇଞ୍ଜିନ ହେଡ୍ ସମେତ ହୁଇଲ ଏକ୍ସେଲ୍କୁ ସମ୍ପୂର୍ଣ୍ଣ ଭାବେ ଅପସାରଣ କରି ଏଥିରେ ଅନ୍ୟ ହୁଇଲ ଏକ୍ସେଲ୍ର ସ୍ଥାପନା କରିଥିଲେ । ଏହାଫଳରେ ଟ୍ରେଲର କ୍ଷମତା ୪୦ ଟନ୍କୁ ବୃଦ୍ଧି ପାଇବାସହ ଏହାର ଲମ୍ବ ପ୍ରାୟ ୧୪୦୦ ମିଲିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଏଥିଯୋଗୁଁ ବଡଧରଣର କାର୍ଯ୍ୟ ମଧ୍ୟ ଉକ୍ତ ଟ୍ରେଲର ଦ୍ୱାରା ସହଜରେ ସଂପାଦନ ହୋଇପାରିବ ।

ନିଜସ୍ୱ ସମ୍ବଳରେ ଏହି ଟ୍ରେଲର୍ର ନବୀକରଣ କରି ଏହାର ଉପଲବ୍ଧତା ଫଳରେ କମ୍ପାନୀର ୧୦ ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିଛି । ଉକ୍ତ ପ୍ରୟାସ ନିମନ୍ତେ ସହାୟତା କରିଥିଲେ ବିଭାଗର ଡେପୁଟି ମ୍ୟାନେଜର ଆର. କେ. ମିଶ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ପି.କେ. ତ୍ରିପାଠୀ ଏବଂ ସିନିୟର ଟେକ୍ସିସିୟାନ ଏନ. ମହାପାତ୍ର ଏବଂ ଏସ. କେ. ଶତପଥୀ ।

Related Post