Sat. Mar 7th, 2026

ଷ୍ଟିଲ୍ ଟାଉନସିପ୍ (ପଶ୍ଚିମ) ମଣ୍ଡଳରେ ବିଜେପି ଜନପରାମର୍ଶ ପଦଯାତ୍ରା

407 Views

ରାଉରକେଲା, ଡିସେମ୍ବର ୦୫ : ଷ୍ଟିଲ୍ ଟାଉନସିପ୍ (ପଶ୍ଚିମ) ମଣ୍ଡଳ ଅନ୍ତର୍ଗତ ତୁମକେଲାର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବିଜେପିର ଜନପରାମର୍ଶ ପଦଯାତ୍ରା ମଣ୍ଡଳ ସଭାପତି ଅଜୟ କଂସାରୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିଲା ।

ଏହି ପଦଯାତ୍ରା ତୁମକେଲା ଗ୍ରାମ ପରିକ୍ରମା କରିବା ସହ ସେକ୍ଟର-୧୫, ୧୬, ୧୭, ୧୮ ଓ ଏ ଅଞ୍ଚଳର ବସ୍ତି, ମାର୍କେଟ୍ ଗୁଡିକରେ କରାଯାଇଥିଲା । ପଦଯାତ୍ରା ପରିକ୍ରମା ବେଳେ ଜନତାଙ୍କ ସହ ସେମାନଙ୍କ ସମସ୍ୟା ଉପରେ ବିଚାର ବିମର୍ଷ କରାଯାଇ ସେମାନଙ୍କ ଠାରୁ ଲିଖିତ ପରାମର୍ଶ ପତ୍ର ଗ୍ରହଣ କରାଯାଇଥିଲା । ଏଥିରେ ରାଜ୍ୟ ସମ୍ପାଦକ ଧିରେନ ସେନାପତି, ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ ଦୁର୍ଗା ତନ୍ତୀ, ଜିଲା ଉପସଭାପତି ସୁବ୍ରତ ପଟ୍ଟନାୟକ, ଜିଲା ଅନୁସୂଚିତ ଜାତି ସଭାପତି ଭ୍ରମରବର ବେହେରା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକର ଯୋଜନା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲା ସଭାପତି ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁ ବଳ, ଜିଲା ଉପସଭାପତି ତପନ ସ୍ୱାଇଁ, ଜିଲା ସାଧାରଣ ସମ୍ପାଦକ ତଥା ରଘୁନାଥପାଲୀ ବିଧାନସଭା କ୍ଷେତ୍ର ପ୍ରଭାରୀ ଦିଲ୍ଲୀପ ଦାଶ, ଜିଲା ସମ୍ପାଦକ ଅଶୋକ ଲେଙ୍କା, ମଣ୍ଡଳ ସାଧାରଣ ସମ୍ପାଦକ ଆଲୋକ ନାୟକ ଓ ମନୋଜ ପଟ୍ଟନାୟକ, ସନ୍ତୋଷ ବିରାଟ, ମଳୟ ମହାପାତ୍ର, ତିଳୋତ୍ତମା ପୁରଣ, ଲକ୍ଷ୍ମୀପ୍ରିୟା ନନ୍ଦ, ସୁରେଖା ସମାସୀ, ଲଳିତା ସମାସୀ, ମନୋରଞ୍ଜନ ମୁନି, ମନୋଜ ସ୍ୱାଇଁ, ଦୀପୁ ଦାସ, ଗଡୁ ବାଗ, ଭଗବାନ ପାତ୍ର, ସୁଶାନ୍ତ ମହାପାତ୍ର, ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ ଦାଶ, ରାମ ବର୍ମା, ରାକେଶ ପ୍ରସାଦ, ଟୁଲୁ ପଟ୍ଟନାୟକ, ସୁକେନ୍ଦୁ ପାତ୍ରଙ୍କ ସମେତ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜନପରାମର୍ଶ ଯାତ୍ରାର ସଞ୍ଚାଳନ ସମିତି ଦ୍ୱାରା ପରିଚାଳନା କରାଯାଇଥିଲା ।

By amfnews

Related Post