Sat. Jun 14th, 2025

‘ଷ୍ଟାର୍‌ ଓ୍ଵାର୍ସ’ ସ୍ପେସ୍‌ସିପ୍‌ ପରି ମୁଣ୍ଡ ଥିବା ପ୍ରାଗ୍‌-ଐତିହାସିକ ହିଂସ୍ରଜୀବର ଶହ ଶହ ଜୀବାଶ୍ମ ଉଦ୍ଧାର

By amfnews Jul 31, 2019 #Featured
148 Views

ଓ୍ଵାସିଂଟନ୍‌  :  ପଞ୍ଝାରେ ଲମ୍ବା ଲମ୍ବା ନଖ ଥିବା ଏବଂ ମୁଣ୍ଡଟି ପ୍ରସିଦ୍ଧ କାଳ୍ପନିକ ମହାକାଶତରୀ ଭଳି ଦିଶୁଥିବା ସାମୁଦ୍ରିକ ସିଂହ୍ର ଜୀବଙ୍କର ଶହ ଶହ ଜୀବାଶ୍ମ କାନାଡା ଭୂଗର୍ଭରୁ ବାହାରିଛି।

ମଙ୍ଗଳବାର ଦିନ ବୈଜ୍ଞାନିକମାନେ କହିଛନ୍ତି ଯେ କେମ୍ବ୍ରୋରେଷ୍ଟର୍‌ ଫାଲ୍‌କାଟସ୍‌ ବୋଲି କୁହାଯାଉଥିବା ଏହି ପ୍ରାଣୀ ଆଜିର ବୁଢ଼ିଆଣୀ ଏବଂ କଙ୍କଡ଼ା ପ୍ରଜାତିର। ଏଇଟି ୫୦୬ ନିୟୁତ ବର୍ଷ ପୂର୍ବ କେମ୍ବ୍ରିଆନ୍‌ ଯୁଗର ଜୀବ। ସେ ଯୁଗରେ ସବୁ ଜୀବ ସମୁଦ୍ରରେ ବାସ କରୁଥିଲେ।

ଜାନଡୀୟ ରକିଜ୍‌ ଠାରେ ଥିବା କୁଟିନେ ଜାତୀୟ ଉଦ୍ୟାନରୁ କେମ୍ବ୍ରୋରେଷ୍ଟର୍‌ ଜୀବାଶ୍ମ ଉତ୍‌ଖନନ କରାଯାଇଛି। ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକ ଜୋ ମୋୟସିଉକ୍‌ କହନ୍ତି, ବଡ଼ ମୁଣ୍ଡ, କ୍ଷୁଦ୍ର ଶରୀର ଏବଂ ଶୂନ୍ୟକୁ ମୁହଁ କରିଥିବା ଚକ୍ଷୁ ଥିବା କେମ୍ବ୍ରୋରେଷ୍ଟର୍‌ ମୋଟାମୋଟି ଅଶ୍ୱଖୁରାକୃତି କଙ୍କଡ଼ା ସଦୃଶ, କିନ୍ତୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ମୁଣ୍ଡକୁ ଆବୃତ କରିଥିବା ଖୋଳପା ଦେଖିବାକୁ ଷ୍ଟାର୍‌ ଓ୍ଵାର୍ସର ପ୍ରସିଦ୍ଧ ମିଲେନିୟମ୍‌ ଫାଲ୍‌କନ୍‌ ମହାକାଶତରୀ ସଦୃଶ।

By amfnews

Related Post